ପୁରୀ(ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେଲା ମହାପ୍ରସାଦ ରୋଷେଇ । ଏହାର ବିକ୍ରି ନେଇ ଖୁବଶୀଘ୍ର ପ୍ରକାଶ ପାଇବ ଦର ତାଲିକା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।
ତେବେ ନୀତି ସବ-କମିଟି ବୈଠକ ଶେଷ ହୋଇଛି । ଏହି ବୈଠକରେ ଡିସେମ୍ବର ୧୬ ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ଚୂଡାନ୍ତ ହୋଇଛି । ଏହା ସହିତ ରାତି୧୧.୩୦ରେ ପହୁଡ ପଡିବା ଓ ଭୋର ୩ଟାରେ ଦ୍ୱାର ଫିଟା ନୀତି ପାଳନ ହେବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀ ଜିଉଙ୍କ ଦର୍ଶନ ଲାଗି ଅନ୍ଲାଇନ ଟିକେଟର ବ୍ୟବସ୍ଥା ଖବର ପ୍ରକାଶ ପାଇଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।