ଦେବଙ୍କରଦେବ ମହାଦେବ । ସେ ଏଭଳି ଏକ ଦେବତା ଯିଏ ମାତ୍ର ଗୋଟେ ଲୋଟା ଜଳ ଏବଂ ବେଲପତ୍ରରେ ପ୍ରସନ୍ନ ହୋଇଥାନ୍ତି । ଆଜି ହେଉଛି ମହାଦେବଙ୍କ ବଡ ପର୍ବ ମହାଶିବରାତ୍ରି । ଏହି ଅବସରରେ ଏଟିଆର ମିଡିଆର ସ୍ୱତନ୍ର୍ତ୍ର ଅଧ୍ୟାୟ ‘ଶିବ କଥା’ରେ ଆମେ ଆପଣଙ୍କୁ ଜଣାଇବୁ ଭଗବାନ ଶିବଙ୍କୁ କାହିଁକ ଅର୍ପଣ କରାଯାଏ ନାହିଁ ତୁଳସୀ ଏବଂ କେତକୀ ଫୁଲ ।
ଶିବପୁରାଣ ଅନୁସାରେ ଭଗବାନ ଶିବଙ୍କ ପୂଜାରେ କିଛି ଜିନିଷକୁ ଅର୍ପିତ କରିବା ବାର୍ଜିତ କରାଯାଇଛି । ଯେଉଁଥିରେ କେତକି ଫୁଲ ଏବଂ ତୁଳସୀ ପ୍ରମୁଖ । ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କାହିଁକି ଅର୍ପଣ କରାଯାଏ ନାହିଁ ତୁଳସୀ ଏବଂ କେତକି ଫୁଲ ।
ପୌରାଣିକ କଥାନୁସାରେ , ଭଗବାନ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ମଧ୍ୟରେ କିଏ ବଡ ଏବଂ କିଏ ଛୋଟ ଜାଣିବା ପାଇଁ ଉଭୟ ଥରେ ଭଗବାନ ଶିବଙ୍କ ନିକଟରେ ପହଁଚିଥିଲେ । ଏହାପରେ ଭଗବାନ ଶିବ ଏକ ଶିବଲିଙ୍ଗ ପ୍ରକଟ କରି ତାର ଆଦି-ଅନ୍ତ ବିଷୟରେ ଜାଣିବା ପାଇଁ ତାଙ୍କୁ କହିଲେ । ଆଉ କହିଲେ କି, ଯିଏ ଏହାର ଉତ୍ତର ଦେବ ସେ ହିଁ ବଡ । ଏହାପରେ ଭଗବାନ ବିଷ୍ଣ ଲିଙ୍ଗର ଉପର ଆଡକୁ ଗଲେ ଏବଂ ବହୁ ଦୂର ଯିବା ପରେ ଲିଙ୍ଗ ବିଷୟରେ କିଛି ଜାଣି ପାରିଲେ ନାହିଁ । ସେପଟେ ବ୍ରହ୍ମା ମଧ୍ୟ ଲିଙ୍ଗର ତଳ ଭାଗ ଆଡକୁ ଯାଇ ସେ ବି କିଛି ଜାଣି ପାରିଲେ ନାହିଁ । କିନ୍ତୁ ବ୍ରହ୍ମା ତଳ ଆଡକୁ ଗଲା ସମୟରେ ତାଙ୍କ ନଜର କେତକି ଫୁଲ ଉପରେ ପଡିଲା, ଯିଏ ତାଙ୍କ ସହିତ ଯାଉଥିଲା । ସେହିସମୟରେ ବ୍ରହ୍ମା ଭଗବାନ ଶିବଙ୍କୁ ମିଛ କହିବା ପାଇଁ କେତକି ଫୁଲକୁ ମନେଇ ନେଲେ । ଏହାପରେ ସେ ଭଗବାନ ଶିବଙ୍କୁ କହିଲେ କି, ମୁଁ ଲିଙ୍ଗର ଠିକଣା ବିଷୟରେ ଜାଣି ପାରିଛି ଏବଂ କେତକି ଫୁଲ ମଧ୍ୟ ଏହାର ସାକ୍ଷୀ ଅଛନ୍ତି । ସେପଟେ କେତକି ଫୁଲର ମିଛ ସାକ୍ଷୀ ବିଷୟରେ ଜାଣିପାରିଥିଲେ ଭଗବାନ ଶିବ । ଏହାପେର ସେ କ୍ରୋଧରେ ବ୍ରହ୍ମାଙ୍କର ଏକ ମସ୍ତକକୁ କାଟିଦେଲେ ଏବଂ କେତକି ଫୁଲକୁ ମଧ୍ୟ ନିଜ ପୂଜାରେ ବାର୍ଜିତ କରିଥିଲେ ।
ସେହିପରି ପୂର୍ବଜନ୍ମରେ ବୃନ୍ଦା ଥିଲା ତୁଳସୀର ନାମ । ସେ ଜଳନ୍ଧର ନାମକ ଜଣେ ରାକ୍ଷାସର ପତ୍ନୀ ଥିଲେ । କିନ୍ତୁ ବୃନ୍ଦା ଉପରେ ଜଳନ୍ଧର ଖୁବ୍ ଅତ୍ୟାଚାର କରୁଥିଲା । ଜଳନ୍ଧରକୁ ଉଚିତ୍ ଶିକ୍ଷା ଦେବା ପାଇଁ ଭଗବାନ ବିଷ୍ଣୁଙ୍କୁ ଆଗ୍ରହ କରିଥିଲେ ଭଗବାନ ଶିବ । ଏହାପରେ ଭଗବାନ ବିଷ୍ଣୁ ଛଳରେ ବୃନ୍ଦାଙ୍କ ପ୍ରତିବ୍ରତ ଧର୍ମକୁ ଭଙ୍ଗ କରିଦେଲେ । ଏ ବିଷୟରେ ଯେତେବେଳେ ବୃନ୍ଦା ଜାଣିବାକୁ ପାଇଲେ କି ଭଗବାନ ବିଷ୍ଣୁ ତାଙ୍କର ପତିବ୍ରତ ଧର୍ମ ଭଙ୍ଗ କରିଛନ୍ତି ସେ କ୍ରୋଧରେ ବିଷ୍ଣୁଙ୍କୁ ପଥର ହେବାର ଶ୍ରାପ ଦେଇଦେଲେ । ସେତେବେଳେ ବିଷ୍ଣୁ ବୃନ୍ଦାଙ୍କୁ କହିଲେ କି , ମୁଁ ତୁମକୁ ଜଳନ୍ଧର ଠାରୁ ରକ୍ଷା କରୁଥିଲି କିନ୍ତୁ ତୁମେ ମୋତେ ଶ୍ରାପ ଦେଇଦେଲ । କିନ୍ତୁ ଏବେ ମୁଁ ତୁମକୁ କାଠ ହେବାର ଶ୍ରାପ ଦେଉଛି । ଏହାପରେ ବୃନ୍ଦା ତୁଳସୀ ଗଛ ହୋଇଗଲେ ।
ତୁଳସୀ ଶାପିତ ହେବା ଯୋଗୁଁ ଶିବଙ୍କ ପୂଜାରେ ତୁଳସୀ ବଦଳରେ ବେଲପତ୍ର ଚଢାଯାଇଥାଏ । ଅନ୍ୟପଟେ ଶିବଙ୍କ ପୂଜାରେ ତୁଳସୀ ପତ୍ର ଏଥିପାଇଁ ଚଢାଯାଏ ନାହିଁ କାରଣ ତୁଳସୀ ତାଙ୍କ ତପସ୍ୟା ଦ୍ୱାରା ଭଗବାନ ଶ୍ରୀହରିଙ୍କୁ ପତି ରୂପେ ପ୍ରାପ୍ତ କରିଥିଲେ ।