ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆର ସମସ୍ତ ଶକ୍ତି ନାରୀ ସ୍ୱରୂପଙ୍କ ପାଖରେ ରହିଛି । ସେଥିପାଇଁ ନବରାତ୍ରିରେ ଦେବୀଙ୍କ ଉପାସନା କରାଯାଏ । ସେହିପରି ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ରି । ବିଶ୍ୱାସ ରହିଛି କି ନବରାତ୍ରିର ପ୍ରଥମ ଦିନ ପୂଜାରୁ ନାମ, ଯଶ ଏବଂ ଉତ୍ତମ ସ୍ୱାସ୍ଥ୍ୟର ବରଦାନ ମିଳିଥାଏ । ଏହି ଦିନ କରାଯାଇଥିବା ପୂଜା ଦ୍ୱାରା ସୂର୍ଯ୍ୟ ଗ୍ରହଙ୍କ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ନବରାତ୍ରିରେ ଅବସରରେ କିଭିଳି ମା ଦୁର୍ଗାଙ୍କୁ ପୂଜା କରିବେ ।
– ନବରାତ୍ରିର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ପୂଜା ଲାଲ ଫୁଲରେ କରନ୍ତୁ । ଏହାଦ୍ୱାରା ମା’ ଦୁର୍ଗାଙ୍କ ବିଶେଷ କୃପା ଲାଭ ହେବ ।
– ପ୍ରଥମ ଦିନରେ ଦେବୀ ମା’ଙ୍କ ପାଖରେ ସୁଦ୍ଧ ଗାଇ ଘିଅରେ ପ୍ରସ୍ତୁ୍ତ ଭୋଗ ଲଗାନ୍ତୁ । ଏହାପରେ ଏହି ଭୋଗକୁ ଗ୍ରହଣ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟର ବରଦାନ ମିଳିଥାଏ ।
– ନବରାତ୍ରିର ନଅ ଦିନ ଯାଏଁ ମା’ଙ୍କ ପାଖରେ ଏକ ଅଖଣ୍ଡ ଦୀପ ଜଳାନ୍ତୁ । ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ ।
– ନବରାତ୍ରିରେ ‘ଓଁ ଏ ହ୍ରିଂ କ୍ଲିଂ ଚାମୁଣ୍ଡାୟ ବିଚ୍ଚେ’ଏହି ମହାମନ୍ତ୍ର କୁ ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ବେଳେ ହାତରେ ରୁଦ୍ରାକ୍ଷ କିମ୍ବା ଚନ୍ଦନ ମାଳ ଧରି ଜପନ୍ତୁ ।