ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କଠାରେ ମନ୍ତ୍ର ଜପ କରି ଥାଆନ୍ତି । ମାତ୍ର ସେହି ମନ୍ତ୍ର ଜପିବା ବେଳେ କିଛି ଲୋକ ଏଭଳି ଭୁଲ୍ କରିଥାନ୍ତି, ଯେଉଁଥି ପାଇଁ ସେମାନଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇନଥାଏ ।
– ବୈଦିକ ମନ୍ତ୍ରର ଜପ ସକାଳୁ ଏବଂ ସନ୍ଧ୍ୟାରେ କରିବା ଉଚିତ୍ । ମାତ୍ର ତନ୍ତ୍ର ସମ୍ବନ୍ଧୀୟ ମନ୍ତ୍ରର ଜପ ରାତିରେ କରିବା ଉଚିତ୍ ।
– ମନ୍ତ୍ର ଜପିବା ପାଇଁ ସର୍ବଦା ସମୟ ସ୍ଥିର ରଖନ୍ତୁ ମାନେ ପ୍ରତ୍ୟେକ ଦିନ ଗୋଟିଏ ସମୟରେ ହିଁ ମନ୍ତ୍ର ଜପନ୍ତୁ, ବାରମ୍ବାର ସମୟ ବଦଳାନ୍ତୁ ନାହିଁ । ନଚେତ୍ ମନ୍ତ୍ର ଜପିବାର ଫଳ ପ୍ରାପ୍ତି ହୁଏ ନାହିଁ ।
– ଗୋଟେ ଥର ମନ୍ତ୍ର ଜପିବା ଆରମ୍ଭ କଲା ମାତ୍ର ସ୍ଥାନ ଆଉ ପରିବର୍ତ୍ତନ କରନ୍ତୁ ନାହିଁ । ସେହି ସ୍ଥାନରେ ସବୁବେଳେ ମନ୍ତ୍ର ଜପନ୍ତୁ ।
– ସେହିପରି ମନ୍ତ୍ର ଜପିବା ସମୟରେ ଭୁଲ୍ ମାଳ ଉପଯୋଗ କରିବା ଦ୍ୱାରା ଫଳ ପ୍ରାପ୍ତି ହୁଏ ନାହିଁ ।
– ମନ୍ତ୍ର ଜପିବା ପାଇଁ ସୂତାର ଆସନ ଏବଂ କାଠର ଚୌକି ଉପରେ ବସି ପାଠ କରିବା ଶ୍ରେଷ୍ଠ ହୋଇଥାଏ । ସିଂଥେଟିକ୍ ଆସନରେ ବସି ମନ୍ତ୍ର ଜପନ୍ତୁ ନାହିଁ ।
– ମନ୍ତ୍ର ଜପ କରିବା ସମୟରେ ଅନ୍ୟକୁ ମାଳ ଦେଖାନ୍ତୁ ନାହିଁ ।