ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହେଉଛି ଧନତେରସ୍ । ଏହି ଦିନକୁ ଶୁଭ ବୋଲି କୁହାଯାଇଥାଏ । ଦୀପାବଳୀ ପୂର୍ବଦିନ ଏହା ପାଳିତ ହୁଏ । ଏହି ଶୁଭ ଅବସରରେ ମା’ ଲକ୍ଷ୍ମୀ ଗୃହ ଆଗମନ କରି ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
ଧନତେରସ୍ ଦିନ ସୁନା, ଚାନ୍ଦୀ ,ଏବଂ ଧାତୁରେ ନିର୍ମିତ ଜିନିଷ କିଣିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ବର୍ଷ ସାରା ଆର୍ଥିକ ସ୍ଥିତି ସ୍ୱଚ୍ଛଳ ମଧ୍ୟ ରହିଥାଏ । ପ୍ରତ୍ୟେକ ବର୍ଷ ଧନତେରସ୍ ଦିନ ଲୋକେ କିଛି ନା କିଛି ଜିନିଷ କିଣିଥାନ୍ତି । ସେଥିପାଇଁ ସୁନା ଦୋକାନରେ ଗ୍ରାହାକଙ୍କ ଭିଡ ଦେଖିବାକୁ ମିଳେ । ସୁନା ଦର ବୃଦ୍ଧି ହୋଇଥିଲେ ମଧ୍ୟ ଚଳିତ ବର୍ଷ ଗହଣା ଦୋକାନରେ ଗ୍ରାହକମାନଙ୍କର ବେଶ୍ ଭିଡ ଜମିଛି ।
ଏହି ଦିନ ଘର ଭିତରେ ଏବଂ ବାହାରେ ୧୩ଟି ଲେଖାଏଁ ଦୀପ ଜାଳିବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଏହାସହିତ କୁବେର ମନ୍ତ୍ର ଜପ କରିବା ଉଚିତ୍ । କୁହାଯାଏ କି ଏହି ଦିନ ମନ୍ତ୍ର ଜପ କରିବା ଦ୍ୱାରା ବର୍ଷ ସାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଧନ ସମ୍ବନ୍ଧୀୟ ଅସୁବିଧାରୁ ମୁକ୍ତି ମିଳିଥାଏ ।
କୁବେର ଧନ ପ୍ରାପ୍ତି ମନ୍ତ୍ର:
ଓଁ ଶ୍ରିଂ ହ୍ରିଂ କ୍ଲିଂ ଶ୍ରିଂ କ୍ଲିଂ ବିତେଶ୍ୱରାୟ ନମଃ । ।
କୁବେର ଅଷ୍ଟଲକ୍ଷ୍ମୀ ମନ୍ତ୍ର:
ଓଁ ହ୍ରିଂ ଶ୍ରିଂ କ୍ରିଂ ଶ୍ରିଂ କୁବେରାୟ ଅଷ୍ଟ-ଲକ୍ଷ୍ମୀ ମମ ଗୃହେ ଧନଂ ପୁରୟ ପୁରୟ ନମଃ । ।
କୁବେର ମନ୍ତ୍ର:
ଓଁ ୟକ୍ଷାୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟଧିପତୟେ
ଧନଧାନ୍ୟସମୃଦ୍ଧିଂ ମେ ଦେହି ଦାପୟ ଦାପୟ ସ୍ୱାହା । ।