ଏଟିଆର ବ୍ୟୁରେ: ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ମାର୍ଗଶୀର ଅମାବାସ୍ୟା ବୋଲି କୁହାଯାଏ । ମାନ୍ୟତାନୁସାରେ ଏହି ଦିନ ବ୍ରତ କରିବା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି । ଏହିଦିନ ପବିତ୍ର ନଦୀରେ ସ୍ନାନ କରିବା କରିବାର ପରମ୍ପରା ରହିଛି । ସ୍ନାନ ପରେ ସୁଖ,ଶାନ୍ତି ଏବଂ ସମୃଦ୍ଧିର ଆର୍ଶିବାଦ ପ୍ରାପ୍ତ ପାଇଁ ପିତୃପୁରୁଷଙ୍କୁ ପ୍ରସନ୍ନ କରିବାର ଉପାୟ କରାଯାଏ ।
ଏହିଦିନ କିିଛି ସରଳ ଉପାୟ କରି ଲୋକେ ପିତୃପୁରୁଷ ଦୋଷରୁ ମୁକ୍ତି ହୋଇପାରିବେ । ଏହାସହିତ ମାର୍ଗଶୀର ଅମାବାସ୍ୟାରେ କିଛି ଉପାୟ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ । ସେହିଅନୁଯାୟୀ ଆସନ୍ତାକାଲି ହେଉଛି ମାର୍ଗଶୀର ମାସ ଅମାବାସ୍ୟା ତିଥି ।
ଉପାୟ:
– ଧାର୍ମିକ ମାନ୍ୟତାନୁସାରେ ସ୍ନାନ ପରେ ପିତୃପୁରୁଷଙ୍କୁ ଜଳ ତର୍ପଣ କରିବା ଉଚିତ୍ । ପିତୃପିରୁଷଙ୍କୁ ମନେପକେଇ ହାତରେ ପବିତ୍ର କୁଶ ରଖିବା ଉଚିତ୍ । ପୁଣି କଳାଜୀରା ଏବଂ ଜଳରେ ପିତୃପୁରୁଷଙ୍କୁ ତର୍ପଣ କରିବା ଉଚିତ୍ । ପ୍ରଚଳିତ ମାନ୍ୟତାନୁସାରେ ଏହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ।
– ପିତୃ ଦୋଷରୁ ମୁକ୍ତି ପାଇଁ ମାର୍ଗଶୀର ଅମାବାସ୍ୟାରେ ତ୍ରିପିଣ୍ଡି ଶ୍ରାଦ୍ଧ କରିପାରିବେ । ପିତୃପୁରୁଷଙ୍କ ଆର୍ଶିବାଦ ଦ୍ୱାରା ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହେବ ।
– ଏହିଦିନ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ପଞ୍ଚବଳୀ ଅନୁଷ୍ଠାନ କରାଯାଏ । ଏଥିରେ ପିତୃପୁରୁଷଙ୍କ ପାଇଁ ଭୋଜନ ପ୍ରସ୍ତୁତ କରାଯାଇ ଗାଇ, କୁକୁର, କାଉ , ପିମ୍ପୁଡି ଏବଂ ଲୋକଙ୍କୁ ଦିଆଯାଏ ।