ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆଜି ହେବ ହର-ପାର୍ବତୀଙ୍କ ବିବାହ । ଗତକାଲି ପତରପେଣ୍ଡି ବା ନିର୍ବନ୍ଧ ନୀତି ଶେଷ ହୋଇଥିଲା । ସେହିପପରି ଆଜି ହେଉଛି ବିବାହ ଉତ୍ସବ । ସାଢେ ତିନିଶହ ବର୍ଷ ପୁରୁଣା ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁରବାସୀଙ୍କ ମନରେ ଉଣା ନାହିଁ । ଧୁମଧାମ୍ ରେ ନହେଲେ ମଧ୍ୟ ପରମ୍ପରା ମୁତାବକ ମାନବୀୟ ରୀତିନୀତିରେ ବିବାହ ନୀତି ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟାରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଦେବ ଦେବ ମହାଦେବ ବାହାରିବେ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବିବାହ ମଣ୍ଡପ ଅଭିମୁଖେ । ଏହାପରେ ବୁଧ ପାହାନ୍ତି ମାହେନ୍ଦ୍ର ବେଳାରେ ମାତା ପାର୍ବତୀଙ୍କ ସହ ମହାଦେବଙ୍କର ହାତଗଣ୍ଠି ପଡିବ ।
ଏନେଇ ବିଭିନ୍ନ ଯାତ୍ରା କମିଟି ଏବଂ କନ୍ୟା ରୂପେ ମାତା ପାର୍ବତୀଙ୍କୁ ପାଇଥିବା ପରିବାରରେ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଆଜି ଦିନ ତମାମ ବିଭିନ୍ନ ନୀତି କରାଯିବା ସହ ଶିବାଳୟ ମଧ୍ୟରେ ମହାଦେବଙ୍କ ରୁଦ୍ରାଭିଶେକ, ତୈଳାଭିଶେକ, ଗନ୍ଧପଣ ଆଦି ନୀତି ସମ୍ପନ୍ନ ହେବ । ଚଳିତବର୍ଷ କରୋନା ପାଇଁ ଷଷ୍ଠୀଯାତ୍ରା କେବଳ ବିଧିରକ୍ଷା ପାଇଁ ସୀମିତ ହୋଇଛି ।