ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମ ଦୁଆରେ ତୁମ ରଖୱାରେ ହୋତ ନ ଆଜ୍ଞା ବିନୁ ପୈସାରେ… ପ୍ରଧାନମନ୍ତ୍ରୀ ଏହାକୁ ସିଦ୍ଧ କରିବା ପରେ ହିଁ ଶ୍ରୀରାମଜନ୍ମଭୂମିରେ ଭୂମି ପୂଜା ପାଇଁ ଆଗକୁ ବଢିବେ । ବିଶ୍ୱାସ ରହିଛି କି ଅଯୋଧ୍ୟାରୁ ସ୍ୱଧାମ ଗଲା ବେଳେ ପ୍ରଭୁ ରାମ ହନୁମାନଗଢିରେ ରାଜା ରୁପେ ବିରାଜମାନ ହନୁମାନଙ୍କ ରାଜତିଲକ କରଥିଲେ । ହନୁମାନଙ୍କ ବିନା ଅନୁମତି ପ୍ରଭୁ ରାମଙ୍କ ଦର୍ଶନ ବା ପୂଜା ଲାଭ ହୋଇ ନଥାଏ ।
ବଜରଙ୍ଗବାଲିଙ୍କ ପ୍ରମୁଖ ପୀଠ ହନୁମାନଗଢି ପ୍ରତି ଜନମାନସରେ ଅଗାଧ ଆସ୍ଥା ରହିଛି । ଦେଶ-ବିଦେଶରୁ ବହୁଳ ମାତ୍ରାରେ ଲୋକ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି । ଏହି ମନ୍ଦିର ରାମକାଳୀନ ଅଟେ, ଏହାକୁ ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଥିଲେ । ପରେ ନୱାବ ୱାଜିଦ ଅଲ୍ଲୀ ଶାହ ଏହାର ଜିର୍ଣ୍ଣୋଦ୍ୱାର କରାଇଥିଲେ । ସେହିଅନୁଯାୟୀ ଆଯୋଧ୍ୟାକୁ ଯିଏ ବି ଜାଆନ୍ତି ପ୍ରଥମେ ହନୁମାନଗଢିର ଦର୍ଶନ କରନ୍ତି ।
ରାମଜନ୍ମଭୂମୀର ପ୍ରମୁଖ ଦ୍ୱାରରେ ହନୁମାନଗଢିର ଦୁର୍ଗ ରହିଛି । ରାବଣ ଠାରୁ ବିଜୟ ପ୍ରାପ୍ତ ହେବା ପରେ ଭଗବାନ ରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ ସେବେଠୁ ହନୁମାନ ଏଠାରେ ରହିବା ଆରମ୍ଭ କରିଥିଲେ । ଏହିଠାରୁ ହିଁ ହନୁମାନ ରାମଙ୍କ ରକ୍ଷା କରୁଥିଲେ ।