ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ମୋହିନୀ ଏକାଦଶୀ ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ମୋହିନୀ ଏକାଦଶୀ । ଏହି ଏକାଦଶୀରେ ବ୍ରତ ରଖିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ । ଏହିଦିନ ବିଧିବିଧାନ ସହ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
ପୌରାଣିକ ମାନ୍ୟତାନୁସାରେ, ବୈଶାଖ ମାସ ଶୁକ୍ଲ ଏକାଦଶୀ ଦିନ ଭଗବାନ ବିଷ୍ଣୁ ମୋହିନୀ ଅବତାର ଧାରଣ କରିଥିଲେ । ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳଶକୁ ଯେତେବେଳେ ରାକ୍ଷସ ନେଇ ପଳାୟନ କରୁଥିଲା ସେତେବେଳେ ଶ୍ରୀହରି ମୋହିନୀ ରୂପ ଧାରଣ କରି ସେହି ରାକ୍ଷାସ ଠାରୁ ଅମୃତ କଳଶକୁ ରକ୍ଷା କରିଥିଲେ ।
ମାନ୍ୟତା ରହିଛି କି ମାତା ସୀତାଙ୍କ ବିୟୋଗରେ ଦୁଃଖିତ ଭଗବାନ ରାମ ମଧ୍ୟ ମୋହିନୀ ଏକାଦଶୀ ବ୍ରତ ରଖିଥିଲେ । ଯାହାର ପ୍ରଭାବରେ ତାଙ୍କୁ ସେହି ଦୁଃଖରୁ ମୁକ୍ତି ମିଳିଥିଲା । ସେହିପରି ଦ୍ୱାପର ଯୁଗରେ ଯୁଧିଷ୍ଠୀର ମଧ୍ୟ ନିଜର କଷ୍ଟରୁ ମୁକ୍ତି ପାଇଁ ମୋହିନୀ ଏକାଦଶୀ ବ୍ରତ ରଖିଥିଲେ ।