ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶୀର ମାସ ଶକ୍ଲ ପକ୍ଷରେ ପଡୁଥିବା ଏକାଦଶୀକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଏହିଦିନ ଅର୍ଜୁନଙ୍କୁ ମନୁଷ୍ୟ ଜୀବନ ସାର୍ଥକ କରୁଥିବା ଗୀତାର ଉପଦେଶ ଦେଇଥିଲେ । ଗୀତା ଭଳି ମହାନ ଗ୍ରନ୍ଥର ପ୍ରାର୍ଦୁଭାବ ହେବା ଯୋଗୁଁ ଏହିଦିନ କୁ ଗୀତା ଜୟନ୍ତୀ ରୂପେ ପାଳନ କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ପ୍ରକଟ ହୋଇଥିବା ଗୀତାକୁ ସମସ୍ତ ବେଦ ଏବଂ ଉପନିଷେଦର ସାର ବୋଲି କୁହାଯାଏ । ସେଥିପାଇଁ ଏହି ଏକାଦଶୀର ମହତ୍ୱ ଖୁବ୍ ଅଧିକ । ଏହି ଏକାଦଶୀ ଆଜି ପାଳନ କରାଯାଉଛି ।
ମୋକ୍ଷଦା ଏକାଦଶୀର ମହତ୍ୱ:
ଏକାଦଶୀ ସ୍ୱୟଂ ବିଷ୍ଣୁ ପ୍ରିୟା ଅଟନ୍ତି । ସେଥିପାଇଁ ଏହି ଦିନ ଉପବାସ, ଜପ କରିବା ଏବଂ ତପ କରିବା ଦ୍ୱାରା ପ୍ରାଣୀ ଭଗବାନ ବିଷ୍ଣୁଙ୍କ ସହ ମିଶି ସମସ୍ତ ସାଂସାରିକ ଭୋଗ ଉପଭୋଗ କରି ଜୀବନ ଏବଂ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଏ। ମୋକ୍ଷଦା ଏକାଦାଶି ଉପବାସ କରିିିବା ଦ୍ୱାରା ପୂର୍ବପୁରୁଷମାନେ ଯେଉଁମାନେ ନିମ୍ନ ଜନ୍ମକୁ ଯାଇଛନ୍ତି, ସେମାନଙ୍କୁ ମୁକ୍ତି ମିଳିଥାଏ । ମୋକ୍ଷ ପ୍ରଦାନ କରୁଥିବା ଏହି ଏକାଦଶୀ, ମନୁଷ୍ୟ ପାଇଁ ଚିନ୍ତାମଣି ସମାନର ସମସ୍ତ କାମନାକୁ ପୂର୍ଣ୍ଣ କରିଥାଏ ।
ପୌରାଣିକ ମାନ୍ୟତାନୁସାରେ ଏକାଦଶୀରେ ବ୍ରହ୍ମହତ୍ୟା ସହିତ ସମସ୍ତ ପାପକୁ ଦୂର କରିବାର ଶକ୍ତି ଥାଏ । ମୋକ୍ଷଦା ଏକାଦଶୀର ମହତ୍ୱ ବୁଝାଇ ଯୁଦ୍ଧିଷ୍ଟୀରଙ୍କୁ ଶ୍ରୀକୃଷ୍ଣ କହିଥିଲେ କି, ଏହି ଏକାଦଶୀର ମହତ୍ୱ ପଢିବା ଏବଂ ଶୁଣିବା ମାତ୍ରେ ହିଁ ବାଜପେୟ ଯଜ୍ଞ ର ଫଳ ପ୍ରାପ୍ତ ହୋଇଥାଏ । ଏହି ଉପବାସ କରିବା ଦ୍ୱାରା
ଅନେକ ଜନ୍ମର ପାପ ନଷ୍ଟ ହୋଇଯାଏ ଏବଂ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ । ଏହି ଦିନ କୌଣସି ପ୍ରକାର ନିଷେଧ କାର୍ୟ୍ୟରୁ ଦୂରେଇ ରହିବା ଉଚିତ୍ ।
JUST IN
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024
-
ଏଥର ବିଧାନ ସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | 17 Jun 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ | 01 Jun 2024
-
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ | 01 Jun 2024
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024