ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର ଗୋଟେ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟ । ଏହିଦିନ କରାଯାଇଥିବା ଦାନ-ପୂଣ୍ୟ ସର୍ବଦା ଅକ୍ଷୟ ରହିଥାଏ । ଅକ୍ଷୟ ର ଅର୍ଥ ହେଉଛି ‘ନ କ୍ଷୟଃ ଇତି ଅକ୍ଷୟଃ’ ଅର୍ଥାତ ଯାହାର କେବେ କ୍ଷୟ ହୁଏ ନାହିଁ ତାହା ଅକ୍ଷୟ । ଏହି ତିଥିରେ କରାଯାଇଥିବା ଶୁଭ କାର୍ଯ୍ୟର ପୂର୍ଣ୍ଣ ଅକ୍ଷୟ ରହିଥାଏ । ଏହି ତିଥିରେ ସମସ୍ତ ପ୍ରକାରର ମାଙ୍ଗଳିକ ଓ ଶୁଭ କାର୍ଯ୍ୟ ହୋଇଥାଏ । ଏହାସହିତ ଆପଣ ଉପାୟ ମଧ୍ୟ କରିପାରିବେ ।
ଧନ ପ୍ରାପ୍ତି ପାଇଁ ଏହିଦିନ ନିଜ ପୂଜା ସ୍ଥଳର ସଫା ସୁତୁରା କରି ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କୁ ବିଧିବିଧାସ ସହ ପୂଜା କରନ୍ତୁ । ଏହାସହିତ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅକ୍ଷୟ ତୃତୀୟ ଦିନ ତାଙ୍କୁ ପଦ୍ମ କିମ୍ବା ଗୋଲାପ ଫୁଲ ଅର୍ପଣ କରନ୍ତୁ ଏବଂ ଖୀରୀ ଭୋଗ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଜୀବନରେ ଧନ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।