ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତରେ ଅନେକ ମନ୍ଦିର ରହିଛି । ସେଥିମଧ୍ୟରୁ କିଛି ମନ୍ଦିରର ବିଶେଷତ୍ୱ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେହିଭଳି ତାମିଲନାଡୁରେ ଏକ ଚାମକ୍ରାରୀତା ମନ୍ଦିର ଅବସ୍ଥିତ । ଯାହାର ନାଁ ରହିଛି ସିକ୍କଲ ସିଙ୍ଗାରବେଲାବର । ଏଠାରେ କାର୍ତ୍ତିକ ଭଗବାନ ପୂଜା ପାଆନ୍ତି । ମାନ୍ୟତା ରହିଛି କି ଏହି ମନ୍ଦିରରେ ଭଗବାନ କାର୍ତ୍ତିକଙ୍କ ମୂର୍ତ୍ତିରୁ ଝାଳ ବୋହିଥାଏ । ଏଭଳି ଦୃଶ୍ୟ କେବଳ ଅକ୍ଟୋବର ଏବଂ ନଭେମ୍ବର ମାସରେ ଦେଖିବାକୁ ମିଳିଥାଏ । ଯେଉଁ ସମୟରେ ମେଳାର ଆୟୋଜନ କରାଯାଇଥାଏ ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ସ୍ଥାନରେ ଅକ୍ଟୋବର-ନଭେମ୍ବର ମାସରେ ରାକ୍ଷସ ସୁରାପଦମନଙ୍କ ଉପରେ ଭଗବାନ କାର୍ତ୍ତିକେୟଙ୍କ ବିଜୟର ଖୁସୀକୁ ପାଳନ କରାଯାଏ । କୁହାଯାଏ ଭଗବାନଙ୍କ ମୂର୍ତ୍ତିରୁ ବୋହୁଥିବା ଏହି ଝାଳ, ରାକ୍ଷସକୁ ମାରିବାର ଉତ୍ସୁକତା ଏବଂ କ୍ରୋଧର ପ୍ରତିକ । ଏହି ଉତ୍ସବ ଶେଷ ହେବା ମାତ୍ରେ ହିଁ ଭଗବାନଙ୍କ ମୂର୍ତ୍ତିରୁ ଝାଳ ବୋହିବା ଆପେ ଆପେ ବନ୍ଦ ହୋଇଯାଇଥାଏ । ମୂର୍ତ୍ତିରୁ ବାହାରୁଥିବା ଏହି ଝାଳକୁ ମନ୍ଦିରର ପୂଜକ ଜଳ ରୂପେ ଭକ୍ତଙ୍କ ଉପରେ ଛିଞ୍ଚି ଥାନ୍ତି ।
ସେହିପରି ହିମାଚଳ ପ୍ରଦେଶର ଭଲେଇ ମାତା ମନ୍ଦିରରେ ଠିକ୍ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହି ମନ୍ଦିରରେ ନବରାତ୍ରି ସମୟରେ ଅନେକ ସଂଖ୍ୟାରେ ଭକ୍ତଙ୍କଭିଡ ଲାଗି ଥାଏ । ସେହି ସମୟରେ ମାତାଙ୍କ ମୂର୍ତ୍ତିରୁ ଝାଳ ବୋହିଥାଏ । ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ, ଏହି ସ୍ଥାନରେ ମା’ ପ୍ରକଟ ହୋଇଥିଲେ । ଯେଉଁ ସମୟରେ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି ସେତେବେଳେ ମା’ଙ୍କ ମୂର୍ତ୍ତିରୁ ଝାଳ ବୋହିଥାଏ । ଏହାସହିତ ସେହି ଭକ୍ତର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ ମାଙ୍କୁ ଦର୍ଶନ ପାଇଁ ଯାଇଥିବା ଭକ୍ତ ,ମୂର୍ତ୍ତିରୁ ଝାଳ ବୋହିବା ଯାଏଁ ଅପେକ୍ଷା କରି ରହିଥାନ୍ତି ।
ଅପରପକ୍ଷେ ମଧ୍ୟପ୍ରଦେଶର ଜବଲପୁରରେ ବି ଏଭଳି ଏକ ମନ୍ଦତର ରହିଛି । ଯେଉଁଠି ମା’ କାଳୀ ପୂଜା ପାଉଛନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ ଏଠାରେ ଦେବୀ ମାତା ଗରମ ସହି ପାରନ୍ତି ନାହିଁ ସେଥିପାଇଁ ତାଙ୍କ ମୂର୍ତ୍ତରୁ ଝାଳ ବୋହିଥାଏ ।