ପୁରୀ(ଏଟିଆର ବ୍ୟୁରୋ): ଅଣସରର ଗୁପ୍ତ ନୀତି ଶେଷ ହେବା ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ପ୍ରାପ୍ତି ହୋଇ ଶ୍ରୀଜିଉ ଦର୍ଶନ ଦେବାର ପରମ୍ପରା ରହିଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀଜିଉଙ୍କର ବନକଲାଗି ନୀତି ଚାଲିଥିଲା ।
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିବା ଲାଗି ବଡ ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଛି । କରୋନା ପାଇଁ ଗତ ଦୁଇ ବର୍ଷ ହେବ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ବନ୍ଦ ରହିଥିଲା କିନ୍ତୁ ଚଳିତ ବର୍ଷ ନବଯୌବନ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଅନୁମତି ରହିଛି । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛଇ ଶ୍ରୀକ୍ଷେତ୍ର । କାଳିଆକୁ ଦେଖିବା ପାଇଁ ଭକ୍ତଙ୍କ ଲମ୍ବା ଲାଇନ୍ । ଏହାସହିତ ଚଳିତ ବର୍ଷ ଦୁଇ ଦିନ ନବଯୌବନ ଦର୍ଶନ ପଢୁଥିବାରୁ ଗୁରୁବାର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।
ଅନ୍ୟପଟେ ଶୃଙ୍ଖଳିତ ଭାବେ ଦର୍ଶନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।