ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନବରାତ୍ରୀର ଚତୁର୍ଥ ଦିନ ମା ଦୁର୍ଗାଙ୍କ ‘କୁଷ୍ମାଣ୍ଡା’ ସ୍ୱରୂପକୁ ପୂଜା କରିବାର ବିଧି ରହିଛି । ନିଜ ହସରୁ ବ୍ରାହ୍ମଣ୍ଡ ସୃଷ୍ଟି କରିଥିବା ହେତୁ ଦେବୀ ମାଙ୍କ ଏହି ସ୍ୱରୂପକୁ କୁଷ୍ମାଣ୍ଡା ବୋଲି କୁହାଯାଏ । ମା କୁଷ୍ମଣ୍ଡାଙ୍କୁ ସୃଷ୍ଟିର ଆଦିଶକ୍ତି ବୋଲି କୁହାଯାଇଥାଏ । ମା କୁଷ୍ମାଣ୍ଡାଙ୍କ ଆଠଟି ଭୂଜ ରହିଛି । ସେ ତାଙ୍କ ହାତରେ କମଣ୍ଡଳ, ଧନୁ, ବାଣ, ପଦ୍ମଫୁଲ, ଅମୃତପୂର୍ଣ୍ଣ କଳଶ, ଚକ୍ର, ଗଦା ଏବଂ ଜପମାଳି ଧରିଥାନ୍ତି । ସେହିପରି ସିଂହ ହେଉଛି ମା କୁଷ୍ମାଣ୍ଡାଙ୍କ ବାହାନ ।
ମା କୁଷ୍ମାଣ୍ଡାଙ୍କ ଉପାସନା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ସିଦ୍ଧି ପ୍ରାପ୍ତ ହୋଇଥାଏ । ମାଙ୍କ କୃପାରୁ ଲୋକେ ନିରୋଗ ହେବା ସହ ଆୟୁ, ଯଶ ବୃଦ୍ଧି ହୋଇଥାଏ । ଶାନ୍ତ ଓ ଭକ୍ତି ଭାବ ସହ ମାଙ୍କ ପୂଜା କରିବା ଉଚିତ୍ । ଏହାସହିତ ଏହିଦିନ ମାଙ୍କୁ ପ୍ରସାଦରେ ମାଲପୁଆ ଏବଂ ଫଳ ଲଗାଇବା ଉଚିତ୍ । କୁହାଯାଏ କି ଏହାଦ୍ୱାରା ବୁଧ ଗ୍ରହ ମଜବୁତ ହୋଇଥାନ୍ତି ଏବଂ ବୁଦ୍ଧି ପ୍ରଖର ହୋଇଥାଏ ।
ସବୁଜ ବସ୍ତ୍ର ଧାରଣ କରି ମାଙ୍କ ପୂଜା କରିବା ଉଚିତ୍ । ପୂଜା ସମୟରେ ମାଙ୍କୁ ସବୁଜ ଗୁଜୁରାତି, ପାନମଧୁରୀ ଆଦି ଅର୍ପଣ କରନ୍ତୁ । ଏହାପରେ ମାଙ୍କର ମୂଳ ମନ୍ତ୍ର ଓଁ କୁଷ୍ମାଣ୍ଡା ଦେବୈ ନମଃ କୁ ୧୦୮ ଥର ଜପନ୍ତୁ ।