ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବରାତ୍ରିରେ ଘଟସ୍ଥାପନା ଅଥବା କଳସ ସ୍ଥାପନା କରିବାର ବିଶେଷ ମହତ୍ୱ ରହିଛି । ଏହା ନବରାତ୍ରିର ପ୍ରଥମ ଦିନ କରିବାର ବିଧି ରହିଛି । ଘଟସ୍ଥାପନା ଦିନଠାରୁ ହିଁ ନବରାତ୍ରିର ପ୍ରାରମ୍ଭ ହୋଇଥାଏ । ଶାସ୍ତ୍ରରେ କଳସକୁ ଭଗବାନ ଗଣେଶଙ୍କ ସଂଜ୍ଞା ଦିଆଯାଇଛି ଏବଂ କୌଣସି ପୂଜାରେ ସର୍ବପ୍ରଥମେ ଗଣେଶ ଭଗବାନଙ୍କ ବନ୍ଦନା କରାଯାଇଥାଏ ।
କଳସ ସ୍ଥାପନ ପାଇଁ ଘରର ଉତ୍ତର-ପୂର୍ବ କୋଣ ଉପଯୁକ୍ତ ହୋଇଥାଏ । ସେଥିପାଇଁ ଘରର ଉତ୍ତର-ପୂର୍ବାଂଶକୁ ଭଲ ଭାବେ ସଫା ସୁତୁରା କରିଦିଅନ୍ତୁ । ଘଟସ୍ଥାପନା କରିବା ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି , ସେହି ସ୍ଥାନରେ ସଫା ମାଟି ରଖି ସେଥିରେ ଜଅ ବୁଣି ଦିଅନ୍ତୁ । ଏହାପରେ ପୁଣି ମାଟି ପରସ୍ତ ଦେଇ ଜଳ ଛିଞ୍ଚି ଦିଅନ୍ତୁ । ପୁଣି କଳସରେ ପାଣି ଭର୍ତ୍ତି କରି ସେଥିରେ କଏନ, ଏବଂ ଗଙ୍ଗାଜଳ ପକାନ୍ତୁ । ଯଦି ସମ୍ଭବ ହୁଏ ତେବେ ସେହି କଳସରେ ଅନ୍ୟ ନଦୀରୁ ଜଳ ଆଣି ମିଶାଇ ପାରିବେ । ଏହାପରେ କଳସ ଉପରେ ଡାହାଣ ହାତ ରଖି ,ଗଙ୍ଗେ! ଚ ଯମୁନେ! ଚୈବ ଗୋଦାବରୀ! ସରସ୍ୱତୀ! ନର୍ମଦେ!ସିନ୍ଧୁ! କାବେରୀ! ଜଳେସ୍ମିତ ସନିଧିଂ କୁରୁ । । ଏହି ମନ୍ତ୍ର ଜପନ୍ତୁ ।
ଯଦି ଆପଣ ମନ୍ତ୍ର ପଢିବାକୁ ଚାହୁଁ ନାହାନ୍ତି ତେବେ ବିନା ମନ୍ତ୍ରରେ ଗଙ୍ଗା, ଯମୁନା,କାବେରୀ, ଗୋଦାବରୀ, ନର୍ମଦା ଆଦି ପବିତ୍ର ନଦୀ ଏବଂ ବରୁଣ ଦେବତାଙ୍କୁ ଧ୍ୟାନ କରନ୍ତୁ ।