ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପବିତ୍ର ଶାରଦୀୟ ନବରାତ୍ରୀ । ଏହି ନବରାତ୍ରୀ ପୂଜାର ବିଶେଷ ମହତ୍ୱ ରହିଛି । ନଅ ଦିନ ଯାକ ମାଙ୍କର ନଅ ସ୍ୱରୂପକୁ ବିଧି ବିଧାନ ସହ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ବ୍ରତଧାରୀ ନଅ ଦିନ ଯାକ ଉପବାସ ରହି ମାଙ୍କର ପୂଜା କରିଥାନ୍ତି । ଏହି ଅବସରରେ କିଛି ନିୟମ ପାଳନ କରିବା ଉଚିତ୍ । କୁହାଯାଏ କି ଭକ୍ତଙ୍କ ଗୋଟେ ଭୁଲ୍ ବ୍ରତ ଏବଂ ବ୍ୟର୍ଥ ଯାଇଥାଏ । ଯାହାଦ୍ୱାରା ଭବିଷ୍ୟତରେ ଦୁଷ୍ପରିଣାମର ସାମ୍ନା କରିବାକୁ ପଡେ । ସେହିପରି ଆସନ୍ତୁ ଜାଣିବା ନବରାତ୍ରୀରେ ଦେବୀ ମାଙ୍କ ପୂଜାରେ କେଉଁ ଜିନିଷ ଚଢାଇବା ଉଚିତ୍ ନୁହେଁ ।
ନବରାତ୍ରୀରେ ମା ଦୁର୍ଗାଙ୍କ ପୂଜାରେ ମୁଖ୍ୟତଃ ଲାଲ ରଙ୍ଗର ପୁଷ୍ପ ବ୍ୟବହାର କରାଯାଏ । ଆପଣ ପଦ୍ମ, ଗୋଲାପ, ଗେଣ୍ଡୁ ଫୁଲ ମାଙ୍କୁ ଚଢାଇ ପାରିବେ । କିନ୍ତୁ ଧ୍ୟାନ ରଖିବା ଉଚିତ୍ କି କନିଅର, ଦୁରଦୁରା ଏବଂ ଅରଖ ଫୁଲ ମାଙ୍କୁ ଚଢାଇବା ଉଚିତ୍ ନୁହେଁ ।
ନବରାତ୍ରୀ ପୂଜାରେ ସାବଧାନତାର ସହ ଚାଉଳ ବ୍ୟବହାର କରିବା ଉଚିତ୍ । କାରଣ ଭୁଲ୍ ରେ ବି ଚାଉଳ ଦାନା ଭାଙ୍ଗିବା ଉଚିତ୍ ନୁହେଁ ।
ଧ୍ୟାନ ରଖିବା ଉଚିତ୍ କି ନବରାତ୍ରୀରେ ନିଖୁଣ ନଡିଆ ବ୍ୟବହାର କରିବା ଉଚିତ୍ । ପୂଜା ପାଇଁ ଜଟ ଥିବା ନଡିଆ ବ୍ୟବହାର କରନ୍ତୁ ।