ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାରଦୀୟ ନବରାତ୍ରୀର ଆଜି ନବମୀ । ଏହିଦିନ ମା ଦୁର୍ଗାଙ୍କ ଏକ ସୂରୂପ ସିଦ୍ଧିଦାତ୍ରୀଙ୍କୁ ପୂଜା କରିବାର ବିଧି ରହିଛି । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କ ଭିନ୍ନ ଭିନ୍ନ ସୂରୂପଙ୍କୁ ପୂଜା କରାଯାଇଥାଏ ।
ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା ।
ନବମୀ ଅବସରରେ ସିଦ୍ଧିଦାତ୍ରୀ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଘରେ ହଳଦିଆ ଏବଂ ଲାଲ ରଙ୍ଗର କପଡା ବିଛାଇ ତାଉପରେ ନବଦୁର୍ଗା ସହିତ ସିଦ୍ଧିଦାତ୍ରୀଙ୍କ ମୂର୍ତ୍ତି ରଖି ବିଧିବିଧାନ ସହ ପୂଜା କରନ୍ତୁ । ଗାଈ ଘିଅରେ କେସରେ ମିଶାଇ ଦୀପ ଜଳାନ୍ତୁ । ନଅଟି ଅଲଗା ଅଲଗା ଅଗରବତୀ ଜଳାଇ ଧୂପ ଦିଅନ୍ତୁ । ନଅ ପ୍ରକାରର ଫୁଲ ଚଢାଇବା ସହ ଫଳ ଭୋଗ ଲଗାନ୍ତୁ । ଏହାସହିତ ନୂଆ ଧାନରେ ଖେଚୁଡି କରି ପ୍ରସାଦ ଲଗାନ୍ତୁ । ପୂଜା ଶେଷରେ ନଅଟି କନ୍ୟାଙ୍କୁ ପୂଜା କରି ତାଙ୍କୁ ପ୍ରସାଦ ଖୁଆଇ ଦକ୍ଷିଣା ଦେଇ ତାଙ୍କୁ ମୁଣ୍ଡିଆ ମାରନ୍ତୁ ।