ଯାଜପୁର (ଏଟିଆର ବ୍ୟୁରୋ): ଚାଲିଛି ଶାରଦୀୟ ନବରାତ୍ରୀ । ଏନେଇ ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇପଡିଥିବା ବେଳେ ଝଙ୍କଡ ମା ଶାରଳାଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ହୋଇପଡିଛି । ମାଙ୍କ ପୀଠରେ ଚାଲିଛି ପୂଜା । ଚଣ୍ଡିପାଠ, ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।
ମାଙ୍କ ପୀଠରେ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପୂଜା ମହାଷ୍ଟମୀ ଯାଏଁ ଚାଲିବ । ଏହି ଅବସରରେ ମା ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି । ସେଥିପାଇଁ ମାଙ୍କର ଏହି ବେଶ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।