ଜଗତସିଂହପୁର (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ଶକ୍ତିପୀଠ ମାନଙ୍କରେ ମାଙ୍କର ଷୋଡଶ ଉପଚାର ନୀତିକାନ୍ତି କରାଯାଉଛି । ସେହିପରି ଝଙ୍କଡ ସ୍ଥିତ ମା ଶାରଳାଙ୍କ ପୀଠରେ ଆଜି ମହାଷଷ୍ଠୀ ପୂଜା । ଏନେଇ ଚଳଚଞ୍ଚଳ ଶାରଳାପୀଠ । ଚଣ୍ଡୀପାଠରେ ପ୍ରକମ୍ପତି ହେଉଛି ପୀଠ । ଷଷ୍ଠୀରେ ମାଙ୍କର ସ୍ୱତନ୍ତ୍ର ବେଶ କରାଯାଇଛି । ଦର୍ଶନ ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଶୁଅ ଛୁଟିଛି ।
ମୂଳାଷ୍ଟମୀଠୁ ଆରମ୍ଭ ହୋଇଥିବା ପାର୍ବଣ ପୁଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ଦିନ ବ୍ୟାପୀ ମାଙ୍କ ପୀଠରେ ଅନୁଷ୍ଠିତ ହେବ ।