ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ । ଏନେଇ ଚାରିଆଡେ ଚଳଚଞ୍ଚଳ । ଆସନ୍ତା ସେପ୍ଟମ୍ବର ୨୯ ରୁ ଅକ୍ଟୋବ ୮ ପର୍ଯ୍ୟନ୍ତ ଜଗତ ଜନନୀ ମା’ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା କରାଯିବ । ମାନ୍ୟତା ଅନୁଯାୟୀ ନବରାତ୍ରୀ ଅବସରରେ ମା’ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଏହି ସମୟରେ ମା’ଙ୍କୁ ପ୍ରସନ୍ନ କରିବା ସହଜ ହୋଇଥାଏ ଏବଂ ଖୁବ୍ ଶୀଘ୍ର ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ମାତ୍ର ଆପଣଙ୍କ ମନସ୍କାମନାକୁ ଧ୍ୟାନରେ ରଖି ମନ୍ତ୍ର ଜପ କରିବାର ବିଶେଷ ମହତ୍ୱ ରହିଛି । ନବରାତ୍ରି ସମୟରେ ମନ୍ତ୍ର ଜପ କଲେ ବିଶେଷ ଲାଭ ମିଳିଥାଏ । ଭାଗବତ ପୁରାଣରେ କିଛି ଏଭଳି ମନ୍ତ୍ର ଅଛି ଯାହାକୁ ଜପିବା ଦ୍ୱାରା ଭକ୍ତଙ୍କ ଠାରେ ମା’ ସହଜରେ ପ୍ରସନ୍ନ ହେବା ସହ ଇଛାନୁସାରେ ଆର୍ଶିବାଦ ପ୍ରାପ୍ତ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ..
ଜୀବନରେ ପ୍ରସନ୍ନତା ଏବଂ ଖୁସୀ ପାଇଁ ନିୟମିତ ଏହି ମନ୍ତ୍ର ଜପନ୍ତୁ-‘ପ୍ରଣତାନାଂ ପ୍ରସିଦ ତ୍ୱଂ ଦେବି ବିଶ୍ୱାର୍ତିହାରିଣୀ । ତ୍ରୈଲୋକ୍ୟବାସିନାମିଡୟେ ଲୋକନାଂ ବରଦା ଭବ । ।’
ଗୁଣବାନ ଏବଂ ଶକ୍ତିଶାଳୀ ହେବା ପାଇଁ ନିୟମିତ ଭାବେ ଏହି ମନ୍ତ୍ର ଜପନ୍ତୁ- ‘ସୃଷ୍ଟିସ୍ଥିତିବିନାଶାନାଂ ଶକ୍ତି ଭୂତେ ସନାତାନି । ଗୁଣାଶ୍ରୟେ ଗଣମୟେ ନାରାୟଣୀ ନମୋସ୍ତୁ ତେ । ।’
ଯଦି ଆପଣ ସୁନ୍ଦର ଏବଂ ସୁଯୋଗ୍ୟ ଜୀବନସାଥୀ ପାଇବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ର ଜପନ୍ତୁ-‘ପତ୍ନୀ ମନୋରମାଂ ଦେହି ନୋବୃତାନୁସାରିଶୀମ୍ । ତାରିର୍ଣି ଦୁର୍ଗସଂସାରସାଗରସ୍ୟ କୁଳୋଦ୍ରୁବାମ୍ । ।’
ଆପଣଙ୍କ କଥା ଏବଂ ବ୍ୟକ୍ତିତ୍ୱ ଦ୍ୱାରା ଲୋକଙ୍କୁ ଆକର୍ଷିତ କରିବା ପାଇଁ – ‘ଓଁ ମହାମାୟାଂ ହରେଶ୍ଚୌଷା ତୟା ସଂମୋହ୍ୱାତେ ଜଗତ, ଜ୍ଞାନିନମାପି ଚେତାଂସି ଦେବି ଭଗବତୀ ହି ସା । ବଳାଦାକୃଷ୍ୟ ମୋହାୟ ମହାମାୟା ପ୍ରୟଚ୍ଛତି । ।’
ସୁସ୍ଥ ଏବଂ ଐଶ୍ଚର୍ଯ୍ୟ ଜୀବନ ପାଇଁ ମାଙ୍କର ଏହି ସିଦ୍ଧ ମନ୍ତ୍ର ଜପନ୍ତୁ- ଐଶ୍ଚର୍ଯ୍ୟ ୟତପ୍ରସାଦେନ ସୌଭାଗ୍ୟ ଆରୋଗ୍ୟ ସମ୍ପଦଃ । ଶତୃ ହାନି ପରୋମୋକ୍ଷଃ ସ୍ତୁୟତେ ସାନ କିଂ ଜନୈ । ।
ସଙ୍କଟରୁ ମୁକ୍ତି ହେବା ପାଇଁ- ଶରଣାଗତଦିନାର୍ତପରିତ୍ରାଣପରାୟଣେ । ସର୍ବସ୍ୟାର୍ତିହରେ ଦେବି ନାରାୟଣୀ ନମସ୍ତୁ ତେ । ।
ଅଭାବ ଦୁର କରିବା ପାଇଁ – ଦୁର୍ଗା ସ୍ମୃତା ହରିସ ଭିତିମଶେଷଜନ୍ତୋଃ । ସବର୍ଦ୍ଧଃ । ସ୍ମୃତା ମିତମତିବ ଶୁଭାମ୍ ଦଦାସି । ।