ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କୁ ପୂଜା କରାଯାଇଥାଏ । ଉଭୟଙ୍କ କୃପାରୁ ବ୍ୟକ୍ତିଙ୍କୁ ବିବାହ, ଧନ, ଚାକିରୀ, ବାଣିଜ୍ୟ ଆଦି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଗୁରୁବାର କିଛି କାମ କରିବାକୁ ବାରଣ କରାଯାଇଛି ।
ଗୁରୁବାର ଦିନ କପଡା, କେଶ ଧୋଇବା ଉଚିତ୍ ନୁହେଁ । ଏହାଦ୍ୱାରା ଗୁରୁଗ୍ରହ ଦୁର୍ବଳ ହୋଇଥାନ୍ତି । ଏହାସହିତ ଧନ ହାନି ହୋଇଥାଏ ।
ଗୁରୁବାର ଦିନ କଇଁଚି, ଛୁରୀ ଆଦି କିଣିବା ଉଚିତ୍ ନୁହେଁ । ଏହା ଅଶୁଭ ହୋଇଥାଏ । ଏଭଳି କରିବା ଦ୍ୱାରା କାର୍ଯ୍ୟ ଅସଫଳ ହୋଇଥାଏ ।
ଏହାସହିତ ଗୁରୁବାର ଘରେ ପୋଛା ଲଗାଇବା ମଧ୍ୟ ନିଷେଧ । ଏହାଦ୍ୱାରା ଗୁରୁଗ୍ରହ କମଜୋର ହୋଇଥାନ୍ତି ଏବଂ ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ଆସିଥାଏ ।
ଗୁରୁବାର ଦିନ ଦକ୍ଷୀଣ କୋଣକୁ ଯାତ୍ରା କରିବା ଅଶୁଭ । କାରଣ ଏହି କୋଣରେ ଦିଶାଶୁଳ ରହିଥାଏ । ଯଦି କୌଣସି କାରଣ ବସତଃ ଏହି କୋଣକୁ ଯାତ୍ରା କରିବାକୁ ପଡେ ତେବେ ଘରୁ ଦହି ସେବନ କରି ବାହାରନ୍ତୁ ।