ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ଭଗବାନ ଗଣେଶଙ୍କୁ ପୂଜା କରିବାର ବିଧି ରହିଛି । ଏହିଦିନ ଗଣେଶଙ୍କୁ ପ୍ରସନ୍ନ କରିବା ଏବଂ ବୁଧ ଗ୍ରହକୁ ଶାନ୍ତି କରିବା ପାଇଁ ଅନେକ ଉପାୟ କରାଯାଇଥାଏ । ସେହିପରି ବୁଧବାର ଶ୍ରଦ୍ଧା ମନରେ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ବିଘ୍ନ ଦୂର ହୋଇଥାଏ । କିନ୍ତୁ କିଛି ଏଭଳି କାମ ରହିଛି ଯାହାକୁ କରିବା ଦ୍ୱାରା ଘରେ ଧନ-ଧାନ୍ୟ କମ ହୋଇଥାଏ । ଏହାସହିତ ବ୍ୟକ୍ତିଙ୍କୁ ଜୀବନରେ ବଡ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ଧାର୍ମିକ ଗ୍ରନ୍ଥରେ ଉଲେଖ ନିୟମ ଅନୁଯାୟୀ ବୁଧବାର ଦିନ କଳା ରଙ୍ଗର କପଡା ଭୁଲରେ ବି ଧାରଣ କରିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ଉପୁଜିଥାଏ ।
ମାନ୍ୟତାନୁସାରେ ବୁଧବାର ଦିନ କାହାରିକୁ ଟଙ୍କା ଉଧାର ଦିଅନ୍ତୁନି କି ନିଅନ୍ତୁନି । ଏହିଦିନ ଟଙ୍କା ଲେଣଦେଣ କରିବା ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏହାସହିତ ଧନ ହାନି ହୋଇଥାଏ ।
ସାଧାରଣତଃ କନ୍ୟାମାନଙ୍କୁ ସର୍ବଦା ସମ୍ମାନ କରିବା ଉଚିତ୍ ଅସମ୍ମାନ କରିବା ଉଚିତ୍ ନୁହେଁ କିନ୍ତୁ ବୁଧବାର କୌଣସି କନ୍ୟାକୁ ଅସମ୍ମାନ କରିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଠ ହୋଇଯାନ୍ତି ।
ବୁଧବାର ଦିନ ପଶ୍ଚିମ ଦିଗ ଆଡକୁ ଯାତ୍ରା କରିବା ଉଚିତ୍ ନୁହେଁ । ଏହାସହିତ ବୁଧବାର ଦିନ କାହାରିକୁ କଡା ବ୍ୟବହାର କରନ୍ତୁ ନାହିଁ ।