ସମ୍ବଲପୁର (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ବ ନୂଆଁଖାଇ । ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି ମା ସମଲେଶ୍ୱରୀଙ୍କ ମନ୍ଦିରରେ ପହଁଚିବ ନୂଆଧାନ । ମାଙ୍କ ପାଖେ ନବାନ୍ନ ପାଇଁ ଲାଗି ହୁଏ ସରିଆ ଧାନ ।
ନୂଆଧାନରୁ ପ୍ରସ୍ତୁତ ଚାଉଳକୁ ନୂଆଁଖାଇ ଦିନ ମା ସମଲେଇଙ୍କଠାରେ ନବାନ୍ନ ଲାଗି କରାଯିବା ପରେ ପଶ୍ଚିମ ଓଡିଶାର ଘରେ ଘରେ ନୂଆ ଖାଇବାର ପରମ୍ପରା ରହିଛି ।