ପୁରୀ (ଏଟିଆର ବ୍ୟୁରୋ): ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ଯଜ୍ଞକୁଣ୍ଡରୁ ଆସି ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
ସେଥିପାଇଁ ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଭିଶେକ ଉତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ୧୦୮ କୁମ୍ଭ ଜଳରେ ଜଳାଭିଶେକ କରାଯିବା ସହ ଶ୍ରୀମନ୍ଦୀରର ପରମ୍ପରାରେ ଏହାକୁ ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ କୁହାଯାଏ । ସେଥିପାଇଁ ଗୁରୁବାର ଦିନ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଥିଲା ।