ପୁରୀ (ଏଟିଆର ବ୍ୟୁରୋ): ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ଧରୁନି । ଦିନକୁ ଦିନ ବଢୁଛି ବିବାଦ । ଏନେଇ ଆଜି ନୀତି ସବ୍ କମିଟି ବୈଠକ ବସିବ । ବୈଠକରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କେବେ ହେବ ସେ ନେଇ ଆଲୋଚନା ହେବ ।
ଗତ ବୁଧବାର ବନକଲାଗି ନୀତି ପାଇଁ ଦତ୍ତମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ସତ୍ୱେ ଶ୍ରୀଜିଉଙ୍କ ବନକଲାଗି ବୁଧବାର କରିନଥିଲେ ଦତ୍ତମହପାତ୍ର ସେବାୟତ ।
ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେବ ବୁଧବାର ହୋଇ ଆସୁଛି ବନକଲାଗି ନୀତି । ନୀଳାଦ୍ରୀବିଜେ ପରଠୁ ବନକଲାଗି ନୀତି ନହେବାରୁ ୧୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବନକଲାଗି ପାଇଁ ବୂଧବାର ଉପଯୁକ୍ତ ଦିନ ବୋଲି ନିର୍ଦ୍ଧାରଣ ହୋଇଥିଲା କିନ୍ତୁ ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ଗୁରୁବାର ବନକଲାଗି ନୀତି କରିବାକୁ ଜିଦ୍ ଧରି ବସିଛନ୍ତି ଦତ୍ତମହାପାତ୍ର ସେବାୟତ ।