ପୁରୀ (ଏଟିଆର ବ୍ୟୁରୋ): କରୋନା ପାଇଁ ସବୁକିଛି ମନା । ଚଳିତ ବର୍ଷ ମଧ୍ୟ ବ୍ରହ୍ମଗିରିର ଅଲାରନାଥ ପୀଠରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେନି ଭକ୍ତ । ଶ୍ରୀଜିଉଙ୍କ ଅଣସର ସମୟରେ ଅଲାରନାଥ ପୀଠରେ ଦର୍ଶନ କରିଥାନ୍ତି ଭକ୍ତ । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହାସହିତ ଅଲାରନାଥ ପୀଠରେ ଜାରି ହେବ ୧୪୪ ଧାରା । ଏହି କଟକଣା ରଥଯାତ୍ରା ପର୍ଯ୍ୟନ୍ତ ଜାରି ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ମନ୍ଦିର ଚାରିପଟେ ବ୍ୟାରିକେଡ କରାଯିବା ସହିତ ପୋଲିସ ଫୋର୍ସ ମୁତୟନ ରହିବେ । ମନ୍ଦିରରେ ଦୈନନ୍ଦିନ ନୀତି କରିବା ପାଇଁ ସେବାୟତ ମାନେ ପ୍ରବେଶ କରିବେ ଅନ୍ୟ କାହାରିକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏଥିରେ ସହଯୋଗ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅପିଲ କରିଛି ।
ଗତବର୍ଷ କରୋନାର ପ୍ରଥମ ଲହରରେ ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଅଲାରନାଥ ପୀଠ ବନ୍ଦ ରହିଥିଲା । କେବଳ ନୀତିକାନ୍ତି ପାଇଁ ମନ୍ଦିର ଖୋଲା ଯାଉଥିଲା ।