ନୂଆଦିଲ୍ଲୀ (ଏଟିଆର): ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସୀ ଖବର । ଏଣିକି ନିଅମିତ ୨ ହଜାର ଭକ୍ତ ବଦଳରେ ୫ ହଜାର ଭକ୍ତ ମାଙ୍କର ଦର୍ଶନ କରିପାରିବେ । ସେଥିରୁ ଜାମ୍ମୁ ଆଣ୍ଡ କାଶ୍ମୀରର ୪୫୦୦ ଭକ୍ତ ଏବଂ ଅନ୍ୟ ରାଜ୍ୟରୁ ୫୦୦ ଭକ୍ତ ରହିବେ ।
ପ୍ରକ୍ରୁତରେ କରୋନା ସଂକଟକୁ ଦୃଷ୍ଟିରେ ରଖି ପ୍ରତିଦିନ ମାଙ୍କ ଦର୍ଶନ ପାଇଁ ୨ ହଜାର ଭକ୍ତଙ୍କର ଅନୁମତି ରହିଥିଲା । ଯେଉଁଥିରେ ୧୯୦୦ ସ୍ଥାନୀୟ ଅଂଚଳର ଏବଂ ଶହେ ବାହାର ରାଜ୍ୟର ଭକ୍ତଙ୍କ ପାଇଁ ଅନୁମତି ଥିଲା । ଅଗଷ୍ଟ ୧୬ ରୁ ଆରମ୍ଭ ହୋଇଥିବା ଯାତ୍ରା ପାଇଁ ମାତା ବୈଷ୍ଣବ ଦେବୀ ଟ୍ରଷ୍ଟ
ବୋର୍ଡ ପକ୍ଷରୁ କିଛି ବିଶେଷ ଗାଇଡ଼ଲାଇନ ଜାରି କରାଯାଇଥିଲା ।