ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ବିଶେଷ ମହତ୍ୱ ରହିଛି । କୁହାଯାଏ କି ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ହେଉଛନ୍ତି ଶ୍ରୀକୃଷ୍ଣ । ପୌରାଣିକ କଥାନୁସାରେ, ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଏହି ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ସେହିପରି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ୧୨ ଟି ରାଶିରୁ କିଛି ରାଶି ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ..
ବୃଷ ରାଶି ; ଜ୍ୟୋତିଷ ଶାସ୍ତ୍ରର ମାନ୍ୟତାନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ହେଉଛି ବୃଷ ରାଶି । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କ ଉପରେ କୃଷ୍ଣଙ୍କ ବିଶେଷ କୃପା ରହିଥାଏ । ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।
କର୍କଟ ରାଶି: ମାନ୍ୟତା ରହିଛି କି କର୍କଟ ରାଶିର ବ୍ୟକ୍ତିଙ୍କ ଉପରେ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି । ତାଙ୍କ କୃପାରେ ବ୍ୟକ୍ତି ଯେଉଁ କାମ କରିଥାନ୍ତି ତାହା ସଫଳ ହୋଇଥାଏ । ଧାର୍ମିକ ମାନ୍ୟତାନୁସାରେ ଯେଉଁ ବ୍ୟକ୍ତିଙ୍କ ଉପରେ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ରହିଥାଏ ତାଙ୍କ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ସିଂହ ରାଶି : ସିଂହ ରାଶି ମଧ୍ୟ ଭଗବାନ କୃଷ୍ଣଙ୍କ ପ୍ରିୟ ରାଶି । ଏହି ରାଶିର ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି । କୃଷ୍ଣଙ୍କ କୃପାର ତାଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ ।
ତୁଳା ରାଶି : ଜ୍ୟୋତିଷଶାସ୍ତ୍ରର ମାନ୍ୟତାନୁଯାୟୀ ତୁଳା ରାଶିର ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ । ତାଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିଥାଏ ।