ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ସାରା ପଶ୍ଚିମ ଓଡିଶାରେ ପାଳିତ ହେଉଛି ନୂଆଁଖାଇ । ଏନେଇ ଗାଁଠୁ ନେଇ ସହର ସବୁଠି ଉତ୍ସବମୁଖର ପରିବେଶ । ପ୍ରଥମେ ମା ଙ୍କ ଠାରେ ନବାନ୍ନ ଲାଗି ହେବା ପରେ ମାଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି ।
ଏହାପରେ ପଶ୍ଚିମ ଓଡିଶାର ଘରେ ଘରେ ନୂଆଁଖାଇ ପାଳିବେ ଲୋକେ । ନୂଆଁଖାଇ ପାଇଁ ସମସ୍ତ ପ୍ରସ୍ତୁତି ପୂର୍ବରୁ ସରିଥିବା ବେଳେ ଦୂରଦୂରାନ୍ତରୁ ଘରକୁ ଫେରିଛନ୍ତି ପଶ୍ଚିମ ଓଡିଶାବାସୀ । ଘରେ ଘରେ ଭର୍ତ୍ତି ହୋଇଛନ୍ତି ବନ୍ଧୁବାନ୍ଧବ । ପିଠାପଣାରେ ମହକି ଉଠୁଛି ଘର ।