ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ପାଳିତ ହୋଇଛି ଓଢଣଷଷ୍ଠୀ । ଏହି ଅବସରରେ ଶ୍ରିଜିଉଙ୍କୁ କରାଯାଇଛି ଘୋଡଲାଗି । ହଳଦିଆ ରଙ୍ଗର ଘୋଡ ଲାଗି କରାଯାଇଛି । ମଖମଲ ସୁତା କପଡାର ଦରଜି ସେବକଙ୍କ ଦ୍ୱାରା ସ୍ୱତନ୍ତ୍ର ଶୈଳୀରେ ଶ୍ରୀଜିଉମାନଙ୍କ ପାଇଁ ଘୋଡ ପ୍ରସ୍ତୁତ କରାଯାଇଥିଲା । ଶୀତ ପ୍ରକୋପରୁ ରକ୍ଷା ପାଇବା ଲାଗି ଶ୍ରୀଜିଉଙ୍କ ଘୋଡ ଲାଗି କରାଯାଇଛି ।
ଆସନ୍ତା ମାଘ ଶୁକ୍ଳ ପଞ୍ଚମୀ ଯାଏଁ ଏହି ଘୋଡ ଲାଗି ପ୍ରକ୍ରିୟା ଚାଲିବ । ପ୍ରତିଦିନ ଶ୍ରୀଜିଉଙ୍କୁ ଭିନ୍ନ ଭିନ୍ନ ରଙ୍ଗର ଘୋଡ ପରିଧାନ କରାଯିବ । ବିଶ୍ୱାସ ରହିଛି କି ଶ୍ରୀଜିଉଙ୍କର ଏହି ସ୍ୱତନ୍ତ୍ର ବେଶ ଦର୍ଶନ କରିବା ଦ୍ୱାରା କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ ।