ଭୁବନେଶ୍ୱର (ଏଟିଆର ବ୍ୟୁରୋ)ଆଜି ସାରା ଦେଶରେ ମୁସଲମାନ ଭାଇ ଭଉଣୀମାନେ ପାଳନ କରୁଛନ୍ତି ଇଦ ଉଲ ଫିତର । ପୁରା ଗୋଟିଏ ମାସ ଓସା ରଖିବା ପରେ ଗତକାଲି ଚାନ୍ଦ ଦେଖି ଓସା ଭାଙ୍ଗିଛନ୍ତି ମୁସଲମାନ ବନ୍ଧୁ ମାନେ । ଏହି ଅବସରରେ ଆଜି ଦିନରେ ସମସ୍ତେ ନୂଆ ବସ୍ତ୍ର ପରିଧାନ କରିବା ସହିତ ମଧ୍ୟାହ୍ନରେ ସମୂହ ପ୍ରାର୍ଥନା କରାଯିବ । ଏଥିଲାଗି ପ୍ରାୟତ ସବୁ ମସଜିତ ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ମୁସଲମାନ ଭାଇ ଭଉଣୀ ମାନେ ମଧ୍ୟ ପରସ୍ପରକୁ ଇଦ ମୁବ। ରକ କହି ଶୁଭେଚ୍ଛା ଜଣାଇ ଛନ୍ତି ।
ତେବେ ଇତିହାସ ଅନୁସାରେ ଏହି ପର୍ବର ବିଶେଷତ ହେଉଛି ଏହି ମାସରେ ପ୍ରଫେଟ ମଦମ୍ମଦ ପବିତ୍ର କୋରାନକୁ ଉନ୍ମୋଚନ କରିଥିଲେ । ଯେଉଁଥି ପାଇଁ ସମଗ୍ର ମୁସଲମାନ ସମ୍ପ୍ରଦାୟ ପାଇଁ ଏହି ମାସଟି ଧର୍ମର ମାସ । ଓଡିଆ ସମ୍ପ୍ରଦାୟରେ କାର୍ତ୍ତିକ ମାସକୁ ଯେଉଁଭଳି ଧର୍ମର ମାସ ବୋଲି ବିବେଚନା କରାଯାଇଥାଏ ସେହିଭଳି ମୁସଲମାନ ମାନେ ଏହି ମାସକୁ ଧର୍ମ ମାସ ବୋଲି ମାନିଥାନ୍ତି ।
ପୁରା ଗୋଟିଏ ମାସ ସକାଳ ୪ ଟାରୁ ରୋଜା ରଖି ସନ୍ଧ୍ୟାରେ ନମାଜ ପାଠ କରି ରୋଜା ଭାଙ୍ଗି ଥାନ୍ତି । ଦିନବେଳା ସମ୍ପୂର୍ଣ୍ଣ ଉପାସ ରହି ରୋଜା ରଖା ଯାଇଥାଏ । ସେହିଭଳି ଆଜିର ଦିନରେ ଗରିବ ଅସହାୟ ଲୋକଙ୍କୁ ଦାନ କଲେ ଆଲ୍ଲା ପ୍ରଶନ୍ନ ହୋଇଥାନ୍ତିି । ଖାଲି ଭାରତ କି ପାକିସ୍ତାନ ନୁହେଁ ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ଲୋକ ଆଜି ଦିନଟିକୁ ବହୁତ ଉତ୍ସାହର ସହିତ ପାଳନ କରିଥାନ୍ତି ।