ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋମବାର ହେଉଛି ଭଗବାନ ଶିବଙ୍କ ବାର । ମାନ୍ୟତା ରହିଛି କି ଯଦି ସୋମବାର ଦିନ ହୃଦୟରୁ ଭଗବାନ ଶିବଙ୍କୁ ତମ୍ବା ବାସନରେ ଖୀର ଚଢାଯାଏ ତେବେ ବ୍ୟକ୍ତିଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ ।
– ଯଦି କୌଣସି ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ସୋମବାର ଦିନ ଶିବମନ୍ଦିର ଯାଇ ଶିବଲିଙ୍ଗ ଉପରେ ଗୌରୀ ଶଙ୍କର ରୁଦ୍ରାକ୍ଷ ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ବ୍ୟକ୍ତିଙ୍କ ଦାମ୍ପତ୍ୟ ସମସ୍ୟା ଦୂର ହୋଇଯିବ ।
– ଯଦି କୌଣସି ବ୍ୟକ୍ତି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବେଲପତ୍ରରେ ଧଳା ଚନ୍ଦନ ଲଗାଇ ଶିବଲିଙ୍ଗ ରେ ଚଢାଇବା ଉଚିତ୍ ।
– ସେହିପରି ଯଦି କୌଣସି ବ୍ୟକ୍ତି ବ୍ୟବସାୟରେ ବୃଦ୍ଧି ଚାହୁଁଛନ୍ତି ତେବେ ତାଙ୍କୁ ସୋମବାର ଦିନ ତମ୍ବା ବାସନରେ ଶିବଲିଙ୍ଗ ଉପରେ ଖୀର ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ । ଏହାସହିତ ଅଟକି ଯାଇଥିବା କାର୍ଯ୍ୟ ବି ପୁରା ହୋଇଥାଏ ।
– ସୋମବାର ଦିନ ୫ ଥର ପରିକ୍ରମା କରିବା ଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
– କୌଣସି ମନସ୍କାମନା ପୁରଣ ପାଇଁ ବ୍ୟକ୍ତିଙ୍କୁ ସୋମବର ଦିନ ଶିବଲିଙ୍ଗ ଉପରେ ଫଳ ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
– ସେହିପରି ସୋମବାର ଶିବଲିଙ୍ଗ ଉପରେ ଚାଉଳ ଚଢାଇବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।
– ସୋମବାର ଶିବଲିଙ୍ଗ ଉପରେ ଜଳ ଚଢାଈବା ବେଳେ ବ୍ୟକ୍ତିଙ୍କୁ ଧ୍ୟାନ ରଖିବା ଉଚିତ୍ କି କେବଳ ୫,୭,୧୧,୨୧ ଥର ଜଳ ଚଢାଇବା ଉଚିତ୍ ।