ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହି ଦିନ ଭଗବାନ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ । ଏହାସହିତ ହନୁମାନଙ୍କ କୃପା ଲାଭ ପାଇଁ ଭଗବାନ ଶ୍ରୀରାମଙ୍କୁ ସୁମରିବା ଉଚିତ୍ ଏବଂ ନିୟମିତ ହନୁମାନ ଚାଳିଶା ପାଠ କରିବା ଉଚିତ୍ ।
ବଜରଙ୍ଗୱାଲିଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଦିନ ଭକ୍ତମାନେ ବିଭିନ୍ନ ପ୍ରକାରର ପ୍ରସାଦ ଲଗାଇଥାନ୍ତି । ଏହାପରେ ଭଗବାନ ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ ହନୁମାନଙ୍କଠାରେ କେଉଁ ପ୍ରସାଦ ଲାଗି କରିବା ଉଚିତ୍ ।
ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ବୁନ୍ଦି ଭୋଗ ଲଗାଯାଇଥାଏ । ବୁନ୍ଦିରେ ନିର୍ମିତ ଯେକୌଣସି ଭୋଗ ଆପଣ ହନୁମାନଙ୍କ ଲଗାଇ ପାରିବେ । ସେହିପରି ଆପଣ ହନୁମାନ ଜୀଙ୍କୁ ମଙ୍ଗଳବାର ଦିନ ବେସନ ଲଡୁ ଚଢାଇ ପାରିବେ ।
ଅପରପକ୍ଷେ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କଠାରେ ସିନ୍ଦୁର ଅର୍ପଣ କରାଯାଇଥାଏ । ହନୁମାନଙ୍କ ଅତି ପ୍ରିୟ ହେଉଛି ସିନ୍ଦୁର । ସେଥିପାଇଁ ସିନ୍ଦୁରରେ ଚମେଲି ତେଲ ମିଶାଯାଇ ହନୁମାନଙ୍କ ଲଗାଯାଇଥାଏ ।
ଏହାସହିତ ଆପଣ ମଙ୍ଗଳବାର ଦିନ ହନୁମାନଙ୍କୁ ଫୁଲମାଳ ଅର୍ପଣ କରିପାରିବେ । ନିଜର ଇଚ୍ଛା ଏବଂ ଶ୍ରଦ୍ଧା ଅନୁଯାୟୀ ହନୁମାନ ଜୀଙ୍କୁ ଯେକୌଣସି ଫୁଲ ଅର୍ପଣ କରି ପାରିବେ । ଗୋଲାପ ଫୁଲ ବି ହନୁମାନଙ୍କ ଚରଣରେ ଅର୍ପଣ କରିପାରିବେ ।