ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଶୁକ୍ରବାର । ଏହିଦିନ ଧନ ଦେବୀ ମାତା ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ । ଯେଉଁ ବ୍ୟକ୍ତି ଶୁକ୍ରବାର ବ୍ରତ କରନ୍ତି ଏବଂ ବିଧି ବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା କରନ୍ତି ତାଙ୍କୁ ସମସ୍ତ ସୁଖ, ସମୃଦ୍ଧି, ଧନ ଏବଂ ବୈଭବ ପ୍ରାପ୍ତ ହୋଇଥାଏ । ସେହିପରି ଶୁକବାର ଦିନ ମାତା ଲକ୍ଷ୍ମୀଙ୍କୁ ତାଙ୍କର ପ୍ରିୟ ବସ୍ତୁ ଅର୍ପଣ କରିବା ଦ୍ୱାରା ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତାଙ୍କ ଆର୍ଥିକ ସମସ୍ୟା ଦେଖାଦେଇନଥାଏ । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ କେଉଁ ଜିନିଷ ଅର୍ପଣ କରିବା ଦ୍ୱାରା ମା ପ୍ରସନ୍ନ ହେବେ ।
କେସର ଭାତ:- ଧାର୍ମିକ ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀଙ୍କର ପ୍ରିୟ ହେଉଛି କେସର ଏବଂ ଭାତ । ଶୁକ୍ରବାର ସନ୍ଧ୍ୟା ସମୟରେ ମାଙ୍କୁ କେସର ଭାତ ଅର୍ପଣ କରିବା ଦ୍ୱାରା ତାଙ୍କର କୃପା ପ୍ରାପ୍ତି ହୋଇଥାଏ । ମାଙ୍କ ପୂଜାରେ ଆପଣ ଧଳା ବା ହଳଦିଆ ରଙ୍ଗର ମିଠା ଅର୍ପଣ କରିପାରିବେ । ଏହା ବି ମାତା ଲକ୍ଷ୍ମୀଙ୍କର ଅତିପ୍ରିୟ ।
ପଦ୍ମଫୁଲ:- ଆପଣ ସର୍ବଦା ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଉପରେ ବିରାଜ ମାନ କରିଥିବାର ଆପଣ ଦେଖିଥିବେ । ମା ଲକ୍ଷ୍ମୀଙ୍କର ପ୍ରିୟ ଫୁଲ ହେଉଛି ପଦ୍ମ । ସନ୍ଧ୍ୟା ସମୟରେ ମାଙ୍କୁ ପଦ୍ମଫୁଲ ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି । ସେହିପରି ଲାଲ ରଙ୍ଗର ଗୋଲାପ ମଧ୍ୟ ମାଙ୍କର ପ୍ରିୟ । ଯଦି ପଦ୍ମ ଫୁଲ ନଥିବ ତେବେ ଆପଣ ଗୋଲାପ ଫୁଲ ଅର୍ପଣ କରିପାରିବେ ।
ଶ୍ରୀଫଳ:- ନଡିଆକୁ ଶ୍ରୀଫଳ ବୋଲି କୁହାଯାଇଥାଏ । ଏହା ଶୁଭତା, ସମୃଦ୍ଧି ଏବଂ ଉନ୍ନତିର ପ୍ରତିକ ମଧ୍ୟ । ଏହା ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ । ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କ ପୂଜାରେ ନଡିଆ ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ।