ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ ଅନେକ ଛୋଟ ମୋଟ ଘଟଣା ଘଟିଥାଏ, ଯାହାଦ୍ୱାରା ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ମନୁଷ୍ୟ ଅନୁମାନ ଲଗାଇ ପାରିବ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରୁ ଆପଣଙ୍କ ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ସଂକେତ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା..
- ଯଦି ଆପଣଙ୍କ ଘରର କୌଣସି ପାଣି ନଳ ଲଗାତର ଠପ୍ ଠପ୍ ହୋଇ ବୋହୁଥାଏ, ତେବେ ଏହା ଧନ ହାନୀ ହେବାର ସଂକେତ ।
- ସର୍ବଦା ଘରେ ଝଗଡା ଲାଗି ରହିବା ବି ଆର୍ଥିକ ସମସ୍ୟାକୁ ଦର୍ଶାଇ ଥାଏ ।
- ପାଟିରେ ଅତ୍ୟଧିକ ଲାଲ ହେବା ମଧ୍ୟ ଭବିଷ୍ୟତରେ କୌଣସି ବଡ ଧନ ସମ୍ବନ୍ଧୀୟ ସମସ୍ୟାର ଇଶାରା ।
- ଯଦି ଆପଣଙ୍କ ଘରେ କୌଣସି ପୋଷା ଜନ୍ତୁର ମୃତ୍ୟୁ ହେଇଯାଉଛି ତେବେ ଏହା ଭବିଷ୍ୟତରେ କୌଣସି ଅଶୁଭ ଘଟଣାର ସଂକେତ ।
- ଏହାବ୍ୟତିତ ଯଦି ଆପଣଙ୍କ ହାତରୁ ଅଚାନକ୍ ତେଲ ଚଟାଣରେ ପଡି ଯାଉଛି ତେବେ ଏହାକୁ ଅଶୁଭ ବୋଲି କୁହାଯାଇଥାଏ । ଏହାର ସଂକେତ ପରିବାର ଉପରେ କୌଣସି ବଡ କରଜ ମାଡି ଆସୁଛି ।