ପୁରୀ (ଏଟିଆର ବ୍ୟୁରୋ):୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ଶ୍ରୀଜିଉ । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଅସୁସ୍ଥତାର ଉପଚାର ପାଇଁ ଦଇତାପତି ସେବାୟତମାନେ ଲାଗି ପଡିଛନ୍ତି । ଏବେ ଧୀରେ ଧୀରେ ଅସୁସ୍ଥତାରୁ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଅନବସରର ଆଜି ଷଷ୍ଠ ଦିନ । ଏହି ଅବସରରେ ଏହି ଗୁପ୍ତ ସେବାରେ ଆଜି ଶ୍ରୀଜିଉଙ୍କ ଓଷ ଲାଗି ନୀତି । ଆସନ୍ତା ୩ ଦିନ ଧରି ଶ୍ରୀଜିଉଙ୍କଠାରେ ଓଷ ଲାଗି ହେବ ।
ଗତକାଲି ପଞ୍ଚମୀ ତିଥି ଅବସରରେ ଶ୍ରୀବିଗ୍ରହଙ୍କୁ ଫୁଲୁରି ତେଲ ଲାଗି ହୋଇଥିଲା । ସେହିପରି ଆଜିଠୁ ତିନି ଦିନ ଲାଗି ହେବ ଓଷ ବା ଔଷଧ ଲାଗି । ଏହାପରେ ଜ୍ୱରରୁ ସୁସ୍ଥ ହେବେ ଶ୍ରୀଜିଉ ।