ପୁରୀ (ଏଟିଆର ବ୍ୟୁରୋ); ମହାପ୍ରଭୁଙ୍କ ଆଜି ହେଉଛି ପବିତ୍ର ଘୋଷ ଯାତ୍ରା । ନୀତି ଅନୁଯାୟୀ ଏବେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଗୁରୁବାର ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସୁଛନ୍ତି ସୁଦର୍ଶନ। ତାଙ୍କ ପଛକୁ ରଥାରୁଢ଼ ହେବାକୁ ପହଣ୍ଡି ବିଜେ କରିବେ ତିନି ଦିଅଁ।କାର୍ୟ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯: ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା।
ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି। ତାଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଛି। ତାଙ୍କ ପରେ ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି। ପହଣ୍ଡି କରି ପ୍ରଭୁ ରଥକୁ ଆସୁଛନ୍ତି। ଏହାପରେ ଦେବୀ ଶୁଭଦ୍ରାଙ୍କ ପହଣ୍ଡି ହେବ। ଶେଷରେ ଝୁଲି ଝୁଲି ଆସିବେ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର।