ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେଉଛି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଧନୁ ସଂକ୍ରାନ୍ତି ପାଇଁ ଆଜି ରାତି ୨ ଟାରୁ ଦ୍ୱାରା ଫିଟା ନୀତି ଅନୁଷ୍ଠିତ ହେବା ସହ ଭୋର ୫ଟା ୨୦ ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ଶେଷ ହୋଇଛି ।
ଏହି ପହିଲି ଭୋଗରେ ଶ୍ରୀଜିଉଙକ ନିକଟରେ ବିରି, ଗହମଚୂନା, ଘିଅ ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି ।
ଧନୁ ସଂକ୍ରାନ୍ତିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କର ଏହି ପହଲି ଭୋଗ ପ୍ରସ୍ତୁତ କରାଯାଏ । ଏହା ମହାପ୍ରଭୁଙ୍କର ଏକ ଆଦ୍ୟ ଭୋଗ । ଯାହାକୁ ବଡି ଭୋରରୁ ଲାଗି କରାଯିବାର ବିଧି ରହିଛି ।