ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି । ନିୟମାନୁଯାୟୀ ଏହି ପହିଲି ଭୋଗ ନୀତି ଆଜି ମାନେ ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବ । ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଆଜି ସକାଳ ୬ଟା ୨୦ ରୁ ୬ ଟା ୫୦ ମଧ୍ୟରେ ଶ୍ରୀଜିଉଙ୍କଠାରେ ପହିଲି ଭୋଗ ବଢା ଯାଇଛି ଏହାପରେ ପରେ ଆରମ୍ଭ ହୋଇଯାଇଥିଲା ମହାପ୍ରଭୁଙ୍କ ମଇଲମ ନୀତି ।
ପୁଣି ମଧ୍ୟାହ୍ନ ଧୂପ ବଢିବା ପରେ ଅପରାହ୍ନ ୨ ଟା ବେଳକୁ ପହୁଡ ପଡିବ । ଦୁଇ ଘଣ୍ଟା ପରେ ମାନେ ସନ୍ଧ୍ୟା ୪ଟାରେ ପହୁଡ ଖୋଲାଯିବ । ଏହାପରେ ମହାପ୍ରଭୁଙ୍କଠାରେ ଆଳତୀ କରାଯିବ ଏବଂ ସେବକମାନେ ମହାପ୍ରଭୁଙ୍କ ବେଶ କରିବେ ।
ଏହି ପହିଲି ଭୋଗ ନୀତିରେ ଆରିସା , କାକରା ,ଜିଲାପି ଆଦି ମାନ ଭୋଗ ଲାଗି ହୋଇଥାଏ । ଏଥିରେ ଧନୁ ମୁଆଁ ଭୋଗ କରାଯିବାର ନିୟମ ରହିଛି । କାରଣ ପୌଷ ମାସରେ ମା’ ଲକ୍ଷ୍ମୀ ତାଙ୍କ ବାପ ଘରକୁ ଯାଇଥାନ୍ତି । ସେହି ସମୟରେ ମହାପ୍ରଭୁଙ୍କୁ ତାଙ୍କ ମା’ ବିଭିନ୍ନ ପିଠା, ମିଠା, ମୁଆଁ ଆଦି ପ୍ରସ୍ତୁତ କରି ଖୁଆଇଥାନ୍ତି ।