ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ପଣାସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି । ଏହି ଅବସରରେ ଘରେ ଓ ମନ୍ଦିର ମାନଙ୍କରେ ପଣା ପୂଚାର ବିଧି ରହିଛି । ସେହିପରି ଆଜିର ଦିନକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଏହାସହିତ ଏହିଦିନକୁ ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ ।
ବୈଶାଖ ମାସ ପ୍ରଥମ ଦିନରେ ପଡେ ପଣା ସଂକ୍ରାନ୍ତି । ସବୁଠାରୁ ବଡ କଥା ହେଲା ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକାନ୍ତିରୁ ବର୍ଷର ସଂକ୍ରାନ୍ତି ଆରମ୍ଭ ହୁଏ ବୋଲି କଥା ରହିିଛି । ସୂର୍ୟ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ଆଜିର ଦିନକୁ ମହାବୀର ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ । ଆଜିଠାରୁ ଖରାର ତେଜ ଅଧିକା ହେଉଥିବାରୁ ତୁଳସୀ ଚଉରାରେ ଘଡି ବାନ୍ଧି ଜଳ ଦେବାର ବିଧି ରହିଛି ।