ପୁରୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଭକ୍ତଙ୍କ ଭିଡ ଜମିଛି । ଏହି ପଞ୍ଚୁକ ବ୍ର୍ରତ ପାଞ୍ଚ ଦିନ ପର୍ଯ୍ୟନ୍ତ ପାଳନ କରାଯିବ । ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ । ସେହିପରି ପଞ୍ଚୁକର ପ୍ରଥମ ଦିନରେ ରାଧା ଦାମୋଦର ବେଶରେ ପୂଜା ପାଉଛନ୍ତି ମହାପ୍ରଭୁ ।
କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ସମାଗମ ଦେଖିବାକୁ ମିଳିଥାଏ । ଏହାସହିତ ପଞ୍ଚୁକର ପ୍ରଥମ ଦିନରେ ଜନଗହଳି ପୂର୍ଣ୍ଣ ହୋଇଛି ଶ୍ରୀକ୍ଷେତ୍ର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶୃଙ୍ଖଳାର ସହିତ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ବାରିକେଡ୍ କରାଯିବା ସହ ୧୬ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।