ପୁରୀ (ଏଟିଆର ବ୍ୟୁରୋ): ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ହେବ ଶ୍ରୀମନ୍ଦିର । ଏନେଇ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ପଲିଥିନି ବଦଳରେ କଟନ ବ୍ୟାଗ ଓ ଚାଙ୍ଗୁଡିରେ ଫୁଲ ଓ ଭୋଗ ନେବା ପାଇଁ ସମସ୍ତ ନିଯୋଗ ଓ ଭକ୍ତଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ।
ସୋସିଆଲ ମିଡିଆ ଜରିଆରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ନିବେଦନ କରିଛନ୍ତି । ଏଭଳି କରିବା ଦ୍ୱାରା ଶ୍ରୀମନ୍ଦିର ପ୍ଲାଷ୍ଟିକ ମୁକ୍ତ ହେବା ସହ ଲୋକଙ୍କୁ ସଚେତନ କରିବାକୁ କହିଛନ୍ତି ।