ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କଲେ ଶୁଭ ଫଳ ପ୍ରାପ୍ତି ହୁଏ । କୁହାଯାଏ ମା’ ଲକ୍ଷ୍ମୀ ନିଜ ଅର୍ଚ୍ଚନା ଦ୍ୱାରା ଯେତିକି ପ୍ରସନ୍ନ ହୋଇଥାନ୍ତି ତାଠାରୁ ଅଧିକ ବିଷ୍ଣୁଙ୍କ ଆରଧାନାରେ ଖୁସି ହୋଇଥାନ୍ତି । ଯଦି ଆପଣ ସମସ୍ତ ଦୁଃଖରୁ ଛୁଟ୍ କାରା ପାଇବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତି ଶଙ୍ଖରେ ପାଣି ଭରି ଭଗବାନ ବିଷ୍ଣୁଙ୍କୁ ଅଭିଶେକ କରନ୍ତୁ । ଏହାଦ୍ୱାରା ବହୁତ ଶୀଘ୍ର ସୌଭାଗ୍ୟ ପ୍ରାପ୍ତି ହେବେ ଏବଂ ସମସ୍ତ ଦୁଃଖରୁ ମୁକ୍ତି ମିଳିବ । ଏଭଳି ଅନେକ ଉପାୟ ଅଛି ଯାହା ଶୁକ୍ରବାର ଦିନ କରିବା ଦ୍ୱାରା ଧନଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା..
- ଶୁକ୍ରବାର ଦିନ ଏକ ହଳଦିଆ କପଡାରେ ପାଞ୍ଚୋଟି କଉଡି କିଛି କେଶର ଏବଂ ଗୋଟେ ଚାନ୍ଦୀ କଏନ ବାନ୍ଧି ନିଜ ଆଲମିରାରେ ରଖି ଦିଅନ୍ତୁ । ଏହାର କିଛି ଦିନ ମଧ୍ୟରେ ଘରେ ଧନ ଆଗମନ ହେବାର ସମ୍ଭାବନା ରହିଛି । ଏହାସହିତ ପୁରୁଣା କରଜରୁ ମୁକ୍ତି ମିଳିଥାଏ ।
- ଶୁକ୍ରବାର ସନ୍ଧ୍ୟାରେ ଘରର ଇଶାଣ କୋଣରେ ଦେଶୀ ଘିଅରେ ଦୀପ ଜଳାନ୍ତୁ । ଧ୍ୟାନ ରଖିଥିବେ କି ଦୀପରେ ଯେପରି କେଶର ଏବଂ ଲାଲ ବତୀ ଦେବାକୁ ଭୁଲିବେ ନାହିଁ । ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥାଏ ।
- ଏହି ଦିନ ଗରିବଙ୍କୁ ଧଳା ବସ୍ତ୍ର ଏବଂ ଖାଦ୍ୟପଦାର୍ଥ ଦାନ କରିବା ଉଚିତ୍ । ଯଦି ଆପଣ କୌଣସି ଭିନ୍ନକ୍ଷମ ଭିକାରୀ ଏବଂ ଗାଈକୁ ଖୁଆଉଛନ୍ତି ତେବେ ଏହା ଅତ୍ୟଧିକ ଶୁଭ ହୋଇଥାଏ । ଖୁବ୍ ଶୀଘ୍ର ମାଲାମାଲ ହେବାର ରାସ୍ତା ଖୋଲି ଯିବ ।
- ଶୁକ୍ରବାର ଦିନ ୩ଟି କୁଆଁରୀ କନ୍ୟାକୁ ଘରକୁ ଡାକି ଭୋଜନ କରାଇବା ସହ ସେମାନଙ୍କୁ ଦକ୍ଷିଣା ଏବଂ ହଳଦିଆ ବସ୍ତ୍ର ଦାନ କରନ୍ତୁ ।ଏହାଦ୍ୱାରା ଧନଲାଭ ହେବ ।