ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ଅନ୍ତିମ ଶୁକ୍ରବାର ଦିନ ବର ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧି ରହିଛି । ମାନ୍ୟତାନୁସାରେ ଏହିଦିନ ମା’ ବର ଲକ୍ଷ୍ମୀଙ୍କୁ ପୂଜା କରିବା ଏବଂ ବ୍ରତ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ତାଙ୍କ ଘରେ କଦାପି ଧନ ଅଭାବ ହୋଇନଥାଏ । ଶ୍ରାବଣ ଶେଷ ଶୁକ୍ରବାର ବର ଲକ୍ଷ୍ମୀଙ୍କୁ ପୂଜିବା ଦ୍ୱାରା ଅଷ୍ଟ ଲକ୍ଷ୍ମୀଙ୍କ ସିଦ୍ଧି ଏବଂ କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ବିଶେଷ ଉପାୟ..
– ଖୀ ସାଗରରୁ ଉତ୍ପନ୍ନ ହୋଇଛନ୍ତିୁ ମା ବର ଲକ୍ଷ୍ମୀ । ସେଥିପାଇଁ ସେ ଖୀର ଭଳି ଧଳା । କିନ୍ତୁ ଭଗବାନ ବିଷ୍ଣୁଙ୍କ ପ୍ରିୟା ହେବା ଯୋଗୁଁ ଶୋଲ ଶୃଙ୍ଗାର ଧାରଣ କରିଥାନ୍ତି । ସେଥିପାଇଁ ଶ୍ରାବଣ ଶେଷ ଶୁକ୍ରବାର ମାଙ୍କୁ ଶୋଳ ଶୃଙ୍ଗାର ଯୁକ୍ତ ଜିନିଷ ଅର୍ପଣ କରିବା ଦ୍ୱାରା ଧନ ଲାଭ ହୋଇଥାଏ ।
– ଶ୍ରାବଣ ଶେଷ ଶୁକ୍ରବାରେ ମା ବର ଲକ୍ଷ୍ମୀଙ୍କୁ ଲାଲ ରଙ୍ଗର ଆସାନରେ ବିରାଜମାନ କରାନ୍ତୁ । ଲାଲ ରଙ୍ଗର ଫୁଲ ଚଢାନ୍ତୁ । ଏଭଳି କରିବା ଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ।
– ଧନ-ଧାନ୍ୟ ପ୍ରାପ୍ତ ପାଇଁ ଶ୍ରାବଣ ଶୁକ୍ରବାରେ ସ୍ଫଟିକ ମାଳାରେ ‘ଓଁ ମହାଲକ୍ଷେ୍ମ÷ ଚ ବିଦ୍ମହେ ବିଷ୍ଣୁ ପତ୍ନୈ ଚ ଧୀମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ’ ମନ୍ତ୍ର ଜପନ୍ତୁ ।
– ଶୁକ୍ରବାର ଦିନ ବିଧି ପୂର୍ବକ ମାଙ୍କଠାରେ ୭ଟି କଉଡି ଚଢାନ୍ତୁ । ଏହାପରେ ସେହି କଉଡିକୁ ଘରର ଏକ ସ୍ଥାନରେ ପୋତି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ ।
– ଶ୍ରାବଣ ଶେଷ ଶୁକ୍ରବାରେ ମାଙ୍କୁ ପୂଜା କରି ସାରିବା ପରେ ବର ଗଛମୂଳେ ଅଟାରେ ଦୀପ କରି ଏବଂ ସୁଗନ୍ଧିତ ଧୂପକାଠି ଜଳାନ୍ତୁ ।