ପୁରୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧ ମୂରତି । ପରମ୍ପରା ମୁତାବକ ବାହୁଡା ଯାତ୍ରାରେ ମାଉସୀ ମା ମନ୍ଦିରରୁ ଚତୁର୍ଦ୍ଧା ମୂରତିଙ୍କଠାରେ ପୋଡ ପିଠା ଲାଗି ହେବାର ବିଧି ରହିଛି । ସେହିଅନୁଯାୟୀ ଚାଲିଛି ପୋଡ ପିଠା ପ୍ରସ୍ତୁତି ।
ବଡଦାଣ୍ଡ ବଳଗଣ୍ଡି ଛକରେ ଥିବା ମାଉସୀ ମା ମନ୍ଦିରରୁ ପୋଡ ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧା ମୂରତୀ । ପୋଡ ପିଠା ପାଇଁ ହେରାପଞ୍ଚମୀରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ଚାଉଳ ଗୁଣ୍ଡ, ଦେଶୀ ଘିଅ, ଲବଙ୍ଗ, କିସମିସ୍, ଅଳେଇଚ ଆଦି ପକାଇ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ ପୋଡ ପିଠା ।