ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହିଦିନ ପବିତ୍ର ନଦୀରେ ସ୍ନାନ ଏବଂ ଦାନ କରିବାର ବିଶେଷ ମହତ୍ୱ ରହିଛି । ସେହିପରି ଏହିଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ହିନ୍ଦୁ ଧର୍ମର ଏହି କାର୍ତ୍ତିକ ର୍ଣ୍ଣିମାର ବିଶେଷ ମହତ୍ୱ ରହିଛି କିନ୍ତୁ ଏହିଦିନ ସହ ଅନେକ ମହତ୍ୱପୂର୍ଣ୍ଣ ଘଟଣା ଜଡିତ ଅଛି । ଯାହାଦ୍ୱାରା ଏହି ପର୍ବ ଆହୁରି ଖାସ ହୋଇଯାଇଥାଏ ।
ବିଷ୍ଣୁ ପୁରାଣ ଅନୁସାରେ କାର୍ତ୍ତି ମାସର ପୂର୍ଣ୍ଣିମା ତିଥି ରେ ଭଗବାନ ବିଷ୍ଣୁ ତାଙ୍କର ଦଶ ଅବତାରର ପ୍ରଥମ ଅବତାର ଧାରଣ କରିଥିଲେ । ଜଳ ପ୍ରଳୟ ସମୟରେ ସାରା ପୃଥିବୀ ଜଳମଗ୍ନ ହୋଇଯାଇଥିଲା । ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ସସସ୍ତଙ୍କୁ ରକ୍ଷା କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିବା ଯୋଗୁଁ ବୈଷ୍ଣବ ମତରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି ।
ସେହିପରି ଶୈବ ମତ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ସଂହାର କରିଥିଲେ ଭଗବାନ ବିଷ୍ଣୁ । ଯେଉଁଥିପାଇଁ ତାଙ୍କ ନାଁ ତ୍ରିପୁରାରୀ ରହିଛି । ତ୍ରିପୁରାସୁରର ଅନ୍ତ ହେବା ପରେ ପୁନଃ ଧର୍ମର ସ୍ଥାପନା ହୋଇଥିଲା । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳୀ ବି ପାଳନ କରାଯାଇଥାଏ । ଯାହାଦ୍ୱାରା ଏହି ପୂର୍ଣ୍ଣିମାର ମହତ୍ୱ ଅଧିକ ବଢି ଯାଇଥାଏ ।
ଶିଖ ଧର୍ମର ଆଦି ଗୁରୁ ଗୁରୁନାନକ ଦେବ କାର୍ତ୍ତିକ ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଶିଖ ଧର୍ମ ପାଇଁ କାର୍ତ୍ତି କ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୁରୁନାନକ ଜୟନ୍ତି ପାଳନ କରାଯାଇଥାଏ ।
ବୃନ୍ଦ , ମାତା ତୁଳସୀଙ୍କ ନାମ ଥିଲା । ଯିଏ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ଜଳନ୍ଧର ନାମକ ରାକ୍ଷସ ସହ ବୃନ୍ଦାଙ୍କର ବିବାହ ହୋଇଥିଲା । ବୃନ୍ଦାଙ୍କ ପତିବ୍ରତା ଯୋଗୁଁ ଜଳନ୍ଧରର ଶକ୍ତି ଅଧିକ ବଢିଯାଇଥିଲା । ଏହାପରେ ଭଗବାନ ବିଷ୍ଣୁ ବୃନ୍ଦାଙ୍କ ପତିବ୍ରତାକୁ ଭଙ୍ଗ କରିଦେଇଥିଲେ । ଯାହାଦ୍ୱାରା ଜଳନ୍ଧରର ମୃତ୍ୟୁ ହୋଇଥିଲା । ଏଥିରେ ବୃନ୍ଦା କ୍ରୋଧିତ ହୋଇ ଭଗବାନ ବିଷ୍ଣୁଙ୍କୁ ପଥର ହୋଇଯିବାର ଶ୍ରାପ ଦେଇଥିଲେ । ଏହାପରେ ସେ ଭସ୍ମ ହୋଇଗଲେ । ତାଙ୍କ ଭସ୍ମରୁ ଏକ ତୁଳସୀ ଗଛ ଉଠିଥିଲା । ଦେବୀ ତୁଳସୀଙ୍କ ପବିତ୍ରତା କୁ ବଳବତ୍ତର ରଖିବା ପାଇଁ ତୁଳସୀଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମଙ୍କ ସହ କରାଗଲା । ଦେବ ଉଥାପନ ଏକାଦଶୀ ଦିନ ତୁଳସୀ ବିବାହ କରାଯାଇଥାଏ । ଏହାପରେ କାର୍ତ୍ତିକ ପୂର୍ଣ୍ଣିମାରେ ବୈକୁଣ୍ଠ ପ୍ରାପ୍ତ ହୋଇଥାନ୍ତି ତୁଳସୀ ।