ଭୁବନେଶ୍ୱର (ଏଟିଆର ବ୍ୟୁରୋ):ହିନ୍ଦୁ ଧର୍ମରେ ଶୁଭ ଏବଂ ଅଶୁଭ ତିଥି ବାରକୁ ନେଇ ଖୁବ୍ ମହତ୍ୱ ରହିଛି । ଏହି ଦିନରେ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟରେ ଭଲ ଏବ ଖରାପ ପ୍ରଭାବ ପଡିଥାଏ । ଏହାସହିତ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ନକରାତ୍ମକ ଶକ୍ତି ଦ୍ୱାରା ବ୍ୟକ୍ତିଙ୍କ ଚିନ୍ତିଧାରା ବି ସବୁବେଳେ ନକରାତ୍ମକ ରହିଥାଏ । ଯେଉଁଥି ପାଇଁ ସମସ୍ତ କାର୍ଯ୍ୟରେ ବଧା ସୃଷ୍ଟି ହେବା ସହିତ ବ୍ୟକ୍ତି ଧନୀରୁ ଗରିବ ହୋଇ ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ପୂର୍ଣ୍ଣିମା ଦିନ କେଉଁ ଉପାୟ ଅବଲମ୍ବନ କଲେ ଘରୁ ନକରାତ୍ମକ ଶକ୍ତି ଏବଂ ଗରିବତା ଦୂର ହେବ ।
– ପୂର୍ଣ୍ଣିମା ଦିନ ଘରେ ଗୋବର ପାଣି ଛିଞ୍ଚନ୍ତୁ । ଯଦି ଆପଣ ପ୍ରତିଦିନ ଘରେ ଗୋବର ପାଣି ଛିଞ୍ଚି ପାରୁ ନାହାନ୍ତି, ତାହାଲେ ଆପଣ କୋଣସି ସ୍ୱତନ୍ତ୍ର ପୂଜା ବାରରେ ଘରେ ଗୋବର ପାଣି ଛିଞ୍ଚନ୍ତୁ । ଏଭଳି କରିବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରର ବାତାବରଣ ପବିତ୍ର ରହିଥାଏ ।
– ସକାଳ ଏବଂ ସଂନ୍ଧ୍ୟାରେ ଘିଅ ଦୀପ ଏବଂ କର୍ପୁର ଜଳାନ୍ତୁ । ଏହାଦ୍ୱାରା ଘର ଆଲୋକ ହେବା ସହ ଏଥିରୁ ବାହାରୁଥିବା ଧୁଆଁ ଦ୍ୱାରା ଘରର ବତାବରଣ ସକରାତ୍ମକ ରହିଥାଏ ।
– ଘରର ପ୍ରତିକୋଣ ସଫା ସୁତରା ରଖିବା ଉଚିତ୍ । ଘରେ ଅଳିଆ ଆବର୍ଜନା ରହିବା ଦ୍ୱାରା ଯେକୌଣସି ପୂଜା ପାଠ କଲେ ବି ବାତାବରଣ ସକରାତ୍ମକ ହୋଇନଥାଏ ।
– ପ୍ରତିଦିନ ସକାଳୁ ଘରର ବାହାରେ ରଙ୍ଗୋଲି ବନାନ୍ତୁ । ଏହାଦ୍ୱାରା ଖରାପ ଶକ୍ତି ଦୂର ହୋଇଥାଏ ।
– ପୂର୍ଣ୍ଣିମା ଦିନ ରାତିରେ ଘରେ ମହାଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କ ପୂଜା କରନ୍ତୁ । ଯଦି କୌଣସି ବ୍ରାହ୍ମଣଙ୍କ ଦ୍ୱାରା ଏହି ପୂଜା କରାଇବେ ତାହାଲେ ଏହା ଘରର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।
– ଶିବ ଲିଙ୍ଗ ପାଖରେ ଦୀପ ଜଳାନ୍ତୁ ଏବଂ ଓଁ ରୁଦ୍ରାୟ ନମଃ ମନ୍ତ୍ର ଯପ କରନ୍ତୁ ।