ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ । ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଘରର ଜ୍ୟେଷ୍ଠଙ୍କୁ ବନ୍ଦାପନା କରି ପୂଜା କରାଯାଇଥାଏ । ସେହିପରି ଶ୍ରୀମନ୍ଦିରରେ ବଡଠାକୁର ମଧ୍ୟ ପୋଢୁଆଁ ହୋଇଥାନ୍ତି ।
ସେଥିପାଇଁ ମହାପ୍ରଭୁଙ୍କ ମାମୁଁଘରୁ ତଥା କଟକ ନିଆଳି ଶ୍ରୀମାଧବାନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆ ଭାର । ଏହି ଭାରରେ ରହିଛି ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଇତ୍ୟାଦି ।