ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ପ୍ରଥମାଷ୍ଟମୀ । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ । ଏହା ଓଡିଶାର ତଥା ଓଡିଆ ଘରର ଏକ ପାରମ୍ପରିକ ପର୍ବ ।
ଏହି ପର୍ବ ଅବସରରେ ଘରର ବଡ ମାନଙ୍କୁ ପୋଢୁଆଁ କରାଯିବାର ପରମ୍ପରା ରହିଛି । ଏଥିପାଇଁ ଖାସ୍ କରି ମାମୁଁ ଘରୁ ନୁଆଁ ବସ୍ତ୍ର ଆସିଥାଏ । ମାମୁଁ ଘରୁ ଆସିଥିବା ସେହି ନୂତନ ବସ୍ତ୍ରକୁ ଘରର ବଡମାନେ ପିନ୍ଧି ପୂଜାରେ ବସିଥାନ୍ତି । ଏହାପରେ ତାଙ୍କୁ ଫୁଲ, ଚନ୍ଦନ ଏବଂ ଧୂପ ଏବଂ ଦୀପ ବୁଲାଇ ବନ୍ଦାପନା କରାଯିବା ସହ ସେମାନଙ୍କର ଶୁଭ ମନାସୀ ଷଠୀ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥାଏ ।
ପ୍ରଥାମାଷ୍ଟମୀ ଲାଗି ପ୍ରତ୍ୟେକ ଘର ପିଠା ପଣାର ବାସ୍ନାରେ ମହକୁଛି । ଏହି ପର୍ବରେ ଖାସ୍ କରି ଏଣ୍ଡୁରୀ ପିଠା ତଥା ହଳଦୀ ପତ୍ର ପିଠା କରାଯାଇଥାଏ ।