ପୁରୀ (ଏଟିଆର ବ୍ୟୁରୋ): ଜାନୁଆରୀ ମାସ ପାଇଁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସେହିପରି ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ୩ ଦିନ ଯାଏଁ ଶ୍ରୀମନ୍ଦିର ବନ୍ଦ ରହିବ । ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭଗବାନଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।
ଅନ୍ୟପଟେ ଜିଲ୍ଲାର ସମସ୍ତ ସ୍ଥାନରେ ଜିରୋ ନାଇଟ ସେଲବ୍ରେଶନ ଉପରେ କଟକଣା କରାଯିବା ସହ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ମଣ୍ଡପ, ଧର୍ମପୀଠରେ ଭୋଜିଭାତ ଓ ପାର୍ଟି କରିବାକୁ ବାରଣ କରାଯାଇଛି ।
୩ ଦିନ ଯାଏଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଉନରେ କଟକଣା ଜାରି କରାଯାଇଛି ।